ବରଗଡ଼: ଆଖି ସାମ୍ନାରେ ଜଳିଗଲା ଚଳନ୍ତା କାର୍। ବରଗଡ଼ ଜିଲ୍ଲା ଭଟଲି ଛକରେ ଚଳନ୍ତା କାର୍ରେ ଶନିବାର ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ, ଗାଡ଼ି ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଟଲି ଛକ ଦେଇ ଯାଉ ଥିବାବେଳେ ହଠାତ୍ କାର୍ରୁ ଧୁଆଁ ବାହାରୁ ଥିବା ଡ୍ରାଇଭର୍ ଦେଖିବାକୁ ପାଇଥିଲେ। ତୁରନ୍ତ ଗାଡ଼ିରୁ ବାହାରି ଆସିବା କ୍ଷଣି ସେଥିରେ ନିଆଁ ଲାଗି ଯାଇଥିଲା। କିଛି ସମୟ ଭିତରେ କାର୍ଟି ହୁତ୍ ହୁତ୍ ହୋଇ ଜଳି ଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Comments are closed, but trackbacks and pingbacks are open.