ଭତ୍ତାରୁ ବଞ୍ଚିତ ୨ ବୃଦ୍ଧା

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ପାଇକଫୁଲବେଡା ପଞ୍ଚାୟତ ଅନ୍ତର୍ଗତ ପଣ୍ଡସ ଗାଁର ଦୁଇଜଣ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ ହେଲେ ମଥୁରା ଗୌଡ଼ ଓ ପାନ ଗୌଡ଼ । ଭତ୍ତା ପାଇଁ ବାରମ୍ବାର ଆବେଦନ କରି ବିଫଳ ହୋଇଛନ୍ତି । ନିଷ୍ପତ୍ତି ନେଇଛନ୍ତି, ଏଥର ଭତ୍ତା ନମିଳିଲେ ସିଧାସଳଖ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ । ସେମାନଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ଭତ୍ତା ମିଳୁନାହିଁ ବୋଲି ପ୍ରଶ୍ନ କରିବେ ।
ଉଭୟ ବୃଦ୍ଧା କହିଛନ୍ତି, ଏ ଭିତରେ ସେମାନେ ଆବଶ୍ୟକ ପ୍ରମାଣପତ୍ର ସହ ପଞ୍ଚାୟତ ଏବଂ ବ୍ଲକ୍ କାର୍ଯ୍ୟାଳୟରେ ୩ରୁ ୪ଥର ଆବେଦନ କରି ସାରିଲେଣି । କିନ୍ତୁ ପଞ୍ଚାୟତ କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ପରିଣତ ବୟସରେ ଭତ୍ତା ପାଇବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଘର ଚଳାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଆମେ ପିଇଓ ସଦାନନ୍ଦ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଉଭୟ ବୃଦ୍ଧାଙ୍କୁ ଭତ୍ତା ଟଙ୍କା ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଖୁବ୍ଶୀଘ୍ର ସେମାନେ ଏହି ସୁବିଧା ପାଇବେ । ଦେଖାଯାଉ, ଆଉ କେତେଦିନ ଭିତରେ ପାନ ଓ ମଥୁରାଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଶାସନ ଭତ୍ତା ଯୋଗାଇବାରେ ସଫଳ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons