ଭଦ୍ରକ ଏସପି ଓ ଆଇଆଇସିଙ୍କ ବିରୋଧରେ ଫେରାଦ ହେଲା ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର : ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ ଘଟଣାରେ ଭଦ୍ରକ ଜିଲ୍ଲା ଏସପି ନିଷ୍କ୍ରିୟତା ଓ ଚାନ୍ଦବାଲି ଥାନା ଆଇଆଇସିଙ୍କ ସମ୍ପୃକ୍ତି ଅଭିଯୋଗରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଫେରାଦ ହୋଇଛି। ଜିଲ୍ଲା ଏସପି ଓ ଆଇଆଇସିଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ମହିଳା ମୋର୍ଚ୍ଚା ଦାବି କରିଛି।
ରାଜ୍ୟ ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତ୍ରୀ ସୋନାଲି ସାହୁ ଓ ଭଦ୍ରକ ଜିଲ୍ଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଦୀର୍ଘ କିଛି ଦିନ ଧରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡ଼ା ଗ୍ରାମ ପଂଚାୟତ ସମେତ ଏକାଧିକ ଗ୍ରାମର ମହିଳାମାନଙ୍କୁ ସେହି ଅଂଚଳର କିଛି ଅସାମାଜିକ ଯୁବକ ଶାରିରୀକ ତଥା ମାନସିକ ନିର୍ୟାତନା ଦେଇ ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବିଜେଡି ଦଳର ଏହି ଗୁଣ୍ଡାମାନେ ବୁରୁଜାଲ ଗାଁର କିଛି ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ ମଧ୍ୟ କରିଛନ୍ତି। ହିଂସାର ଶିକାର ହୋଇଥିବା ମହିଳାମାନେ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ଅଭିଯୋଗ ଶୁଣିବା ପରିବର୍ତେ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହିତ ଥାନାରୁ ଧକ୍କା ଦେଇ ବାହାର କରିଦେଇଥିଲେ। ଖାଲି ସେତିକି ନୁହେଁ ମହିଳାଙ୍କ ମୋବାଇଲ ଛଡ଼ାଇ ରଖିବା ସହ ଥାନାକୁ ନଆସିବାକୁ ଧମକ୍ ବି ଦେଇଥିଲେ। ଏଥି ସହିତ ଉକ୍ତ ଗ୍ରାମରେ ହିଂସାକାଣ୍ଡ ଭିଆଇଥିବା ଯୁବକଙ୍କ ସହିତ ମିଶି ଖୋଦ ଆଇଆଇସି ଘର ଘର ବୁଲି ମହିଳା ମାନଙ୍କୁ ଧମକ ଦେଇଥିଲେ। ଏହି ଘଟଣା ସଂପର୍କରେ ଜିଲ୍ଲା ଏସପିଙ୍କୁ ଅବଗତ କରାଇବା ପରେ ବି ଏସପି କୌଣସି କାର୍ୟ୍ୟାନୁଷ୍ଠାନ ନେଇନାହାଁନ୍ତି। ଏଭଳି ଏକ ଅଭାବନୀୟ ଘଟଣାରେ ମହିଳାମାନଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି।ବିଜେପି ଅଭିଯୋଗ କରିଛି ଯେ, ବିଜେଡି ଗୁଣ୍ଡାମାନେ ପଦ୍ମାବତୀ ବେହେରା ନାମ୍ନୀ ୬୦ ବର୍ଷୀୟା ମହିଳାଙ୍କୁ ବାଡ଼େଇ ତାଙ୍କ ହାତ ଭାଙ୍ଗିଦେଇଛନ୍ତି। ଶକୁନ୍ତଳା ବେହେରା ନାମ୍ନୀ ମହିଳାଙ୍କୁ ଗାଁ ରାସ୍ତାରେ ଗୋଡାଇ ଗୋଡାଇ ମାରିବା ସହିତ ତାଙ୍କ ଆଖି ନଷ୍ଟ କରିଛନ୍ତି। ବାସନ୍ତି ରାଉଲ ନାମ୍ନୀ ଜଣେ ଅତ୍ୟନ୍ତ ଗରିବ ମହିଳାଙ୍କ ଘର ଭାଙ୍ଗି ତାଙ୍କୁ ବେଘର କରିଛନ୍ତି। କବିତା ରାଉଲ ନାମ୍ନୀ ଜଣେ ମହିଳା ରାସନ ସାମଗ୍ରୀ ଆଣିବାକୁ ଯାଉଥିବାବେଳେ ତାଙ୍କୁ ବାଡେଇ ଲହୁ ଲୁହାଣ କରିଛନ୍ତି। ମହିଳା ଅସାମାଜିକ ଯୁବକଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ସୁଲଚନା ବେହେରା ନାମ୍ନୀ ମହିଳାଙ୍କ ଏତଲା ଚାନ୍ଦବାଲି ଥାନା ଆଇଆଇସି ଗ୍ରହଣ ନକରି ଓଲଟା ତାଙ୍କ ସ୍ୱାମୀ ଓ ପୁଅଙ୍କୁ ମିଛ କେସ୍‌ରେ ଗିରଫ କରିଛନ୍ତି। ଜଣେ ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମାରିବା ଦ୍ୱାରା ତାଙ୍କର ପ୍ରିମାଚ୍ୟୁର ଡେଲିଭରୀ ହୋଇଯାଇଛି। ଖାଲି ସେତିକି ନୁହେଁ ମହିଳାମାନେ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଯୁବକମାନେ ବିଭିନ୍ନ ଧାରୁଆ ଅସ୍ତ୍ରରେ କବାଟ ଝରକା ଭାଙ୍ଗି ଜୋର ଜବରଦସ୍ତି ତାଙ୍କ ଘରେ ପଶି ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରୁଛନ୍ତି । କାହାର ପାଇଖାନା ଭାଙ୍ଗିଛନ୍ତି ତ କାହାର ଚାଳ ଛପର ଘର ଭାଙ୍ଗିଛନ୍ତି । ପୁଣି କାହାର ଆଜବେଷ୍ଟ ଭାଙ୍ଗି ଗୃହରେ ପଶିବାକୁ ଚେଷ୍ଟା ଚଳାଇଛନ୍ତି ।
ମହିଳାମାନଙ୍କୁ ଘରୁ ବାହାରିବାକୁ ଦେଉନାହାନ୍ତି । ଜୋର ଜବରଦସ୍ତ ଜଣେ ମହିଳାଙ୍କ କାନ ଛିଣ୍ଡାଇ ତାଙ୍କ କାନଫୁଲ ନେଇଯାଇଛନ୍ତି ଓ ପୁଣି କେଉଁ ମହିଳାଙ୍କୁ କ୍ଷତ ବିକ୍ଷତ କରି ବେକରୁ ଚେନ୍ ଛିଣ୍ଡାଇ ନେଇଛନ୍ତି । ସଂଧ୍ୟା ହେଉ ହେଉ ଡରରେ ମହିଳାମାନେ ଘରର ତାଟି କବାଟ ପକାଇ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଗ୍ରାମରେ ଉକ୍ତ ଅସାମାଜିକ ଯୁବକମାନଙ୍କ ପ୍ରାର୍ଦୁଭାବ ଏତେ ବଢିଗଲାଣି ଯେ, ଅଚଂଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଗ୍ରାମର ଝିଅ ବୋହୁମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ଏହି ଘଟଣାରେ ଚାନ୍ଦବାଲି ଥାନା ଆଇଆଇସି ଶାସକ ଦଳ ଇଙ୍ଗିତରେ ଅପରାଧୀମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସମ୍ବିଧାନର ଧାରା ୨୧କୁ ଆଇଆଇସି ଖୋଲା ଖୋଲି ଭାବରେ ଉଲ୍ଲଘଂନ କରି ଆଇନକୁ ଅସମ୍ମାନ କରିବା ସହିତ ସମ୍ବିଧାନକୁ ମଧ୍ୟ ଅବମାନନା କରିଛନ୍ତି। ଏ ସମ୍ପର୍କିତ ସମସ୍ତ ଘଟଣା ସମ୍ପର୍କରେ ଗତ ଜୁଲାଇ ୪ ତାରିଖରେ ଜିଲ୍ଲା ଏସ୍‌ପିଙ୍କୁ ଦଳୀୟ ନେତୃବୃନ୍ଦଙ୍କ ଦ୍ୱାରା ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଏସ୍‌ପିଙ୍କ ସ୍ଥାଣୁତା ଓ ନିଷ୍କ୍ରିୟତା ଆଇନ ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons