ଭଦ୍ରକ,(ବି.ବି.ନୁ୍ୟଜ୍): ରେଡ୍ଜୋନ୍ରେ ଥିବା ଭଦ୍ରକ ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫୁ୍ୟ ଜାରି ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ସୂଚନାଯୋଗ୍ୟ, ଲକ୍ଡାଉନ୍ ୩.୦ ନିୟମାବଳୀ ଆଧାରରେ ରାତିବେଳେ ଯା’ଆସ ମନା ଥିବାରୁ ସୋମବାର ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କର୍ଫୁ୍ୟ ଲଗାଯାଇଥିଲା । ସେଠାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫୁ୍ୟ ଲଗାଯାଇଚି । ଏବେ ଏହି ଜିଲ୍ଲା ଗ୍ରୀନ୍ ଜୋନରେ ଥିବାରୁ ଲୋକେ ରାତିରେ ବୁଲାବୁଲି କରିବା ଆଶଙ୍କା ରହିଛି । ଏଣୁ ଏହାକୁ ରୋକିବା ଲାଗି ରାତିବେଳା କର୍ଫୁ୍ୟ ଲଗାଯାଇଛି ବୋଲି ସୋମବାର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର କହିଥିଲେ । ଲକ୍ଡାଉନ୍ ଅବଧି ସରିବା ଯାଏ ଏହି କର୍ଫୁ୍ୟ ବଳବତ୍ତର ରହିବ । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସନ୍ଧ୍ୟା ୭ଟାରୁ ସକାଳେ ୭ଟା ଯାଏ ବାହାରକୁ ନବାହାରିବାକୁ ଲୋକଙ୍କୁ କୁହାଯାଇଛି । ଅତ୍ୟାବଶ୍ୟକୀୟ କାମ ନ ଥାଇ ଲୋକେ ବାହାନା କରି ବାହାରକୁ ବାହାରିଲେ କଡ଼ା କାର୍ଯ୍ୟାନୁÂାନ ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।
Comments are closed, but trackbacks and pingbacks are open.