ଭରା ନଦୀକୁ ଲଙ୍ଘି ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିଲେ ଗର୍ଭବତୀ

Get real time updates directly on you device, subscribe now.

ଜଗମୋହନପୁର,(ବି.ବି.ନୁ୍ୟଜ୍): ଅସହ୍ୟ ହେଲା ଗର୍ଭ ଯନ୍ତ୍ରଣା,ଜୀବନକୁ ବାଜି ଲଗାଇ ଭରା ନଦୀକୁ ଲଙ୍ଘି ନଦୀ ଆର ପାରିକୁ ପହଁଚି,ଆମ୍ବୁଲାନ୍ସ ସେବା ନପାଇ ଏକ ଘରୋଇ ଅଟୋ ଯୋଗେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚିଲେ ଗର୍ଭବତି ମହିଳା । ଗୋଟିଏ ପଟେ ସ୍ଥାନୀୟ ଆଶା ଦିଦି ଜଣେ ଗ୍ରାମବାସୀଙ୍କ ସହାୟତାରେ ନଦି ଲଙ୍ଘୁ ଛନ୍ତି ଓ ଅନ୍ୟପଟେ ହାଡିଆ ମୁଣ୍ଡା ଗର୍ଭବତୀ ପନôିର ହାତକୁ ଧରି ଭରା ନଦୀର ଶ୍ରୋତକୁ କାଟି କାଟି ସ୍ତ୍ରୀ’କୁ ଆରପାରିକୁ ପହଁଚାଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଉପାନ୍ତରେ ଥିବା କରଦାଙ୍ଗୀ ପଂଚାୟତର ସାପଲାଂଜି ଗ୍ରାମରେ । ଏଭଳି ସ୍ତିତିରେ ଗ୍ରାମର ଜଣେ ଗର୍ଭବତି ମହିଳା ହାଡିଆ ମୁଣ୍ଡାଙ୍କ ପନôି ଚନ୍ଦ୍ରି ମୁଣ୍ଡା ଆଜି ଭରା ନଦୀର ପ୍ରଖର ସ୍ରୋତକୁ ଲଙ୍ଘି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଛନ୍ତି । ତବେ ଗର୍ଭବତୀ ମହିଳାଙ୍କୁ ମା ଗୃହରେ ରଖାଯାଇ ଚିକିତ୍ସା କରିବାର ନୀୟମ ରହିଥିବାବଳେ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ବିଭାଗରେ ଏହାର ବ୍ୟତିକ୍ରମ ଘଟିଥିବା ଏହି ଘଟଣାର ଚିତ୍ର ବୟାନ କରୁଛି । ସୂଚନା ମୁତାବକ କରଦାଙ୍ଗୀ ପଂଚାୟତର ସାପଲାଂଜି ଗ୍ରାମକୁ ସମାକୋଇ ନଦୀ ଏବଂ ସମରକଟା ପାହାଡ ଘେରି ରହିଛି । ଉକ୍ତ ଗ୍ରାମରୁ କୈ ।ଣସି ସ୍ଥାନକୁ ପାଦ ବାହାର କରିବାକୁହଲେ ସମାକୋଇ ନଦୀକୁ ପାରି ହେବାକୁ ପଡିଥାଏ । ସମାକୋଇ ନଦୀର ଦ୍ୱି ମୁହାଣ ଘାଟରେ ଏକ ହୁଲି ଡଙ୍ଗା ସାହାର୍ଯ୍ୟରେ ଲୋକମାନେ ନଦୀକୁ ଲଙ୍ଘି ଥାନ୍ତି । ଦୀର୍ଘ ଦୀନରୁ ଥିବା ହୁଲି ଡଙ୍ଗାଟି ଚଳିତ ଲଗାଣ ବର୍ଷ ।ରେ କେଉ ଆଡେ ଭାଷି ଯାଇଥିବାରୁ ବର୍ତମାନ ଦ୍ୱି ମୁହାଣ ଘାଟ ଲୋକଙ୍କ ପାଇଁ ବିପଦ ପୂର୍ଣ୍ଣ ସାଜିଛି । ଅତ୍ୟାନ୍ତ ଆବଶ୍ୟକ ହଲେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ସମାକୋଇ ନଦୀକୁ ବିପଦ ପୂର୍ଣ୍ଣ ଭାବରେ ଲଙ୍ଘୀ ନିଜର କାର୍ଯ୍ୟ କରିଥାନ୍ତି । ଗ୍ରାମର ୧୦ରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭପାଇଁ ଉକ୍ତ ହୁଲି ଡଙ୍ଗାକୁ ନିର୍ଭର କରି ନଦୀ ପାର ହୋଇ ବିଦ୍ୟାଳୟକୁ ଯାଇଥାନ୍ତି । ବର୍ତମାନ ଘାଟରେ ଡଙ୍ଗା ନଥିବାରୁ ସେମାନଙ୍କ ପାଠ ପଢାରେ ମଧ୍ୟ ଡୋରି ବନ୍ଧା ହୋଇଯାଇଛି । ବର୍ଷକର ଅଧାଦିନ ସାପଲାଂଜି ଗ୍ରାମବାସୀଙ୍କ ଜୀବନ ସମାକୋଇ ନଦୀର ଦ୍ୱି ମୁହାଣ ଘାଟରେ ବାଜିରେ ଲାଗୁଛି । ବର୍ଷ । ରୂତୁରେ ଅଧାଦିନ ଜଳ ବନ୍ଦିରେ ରହି ବାହ୍ୟ ଦୁନିଆରୁ ବିଛିନ୍ନ ମଧ୍ୟ ହୋଇ ଯାଆନ୍ତି । ଏଭଳି ଅଭିଯୋଗ ବାରମ୍ବାର ହେଉଥିଲେ ସୁଧା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୈ ।ଣସି ବ୍ୟବସ୍ଥା କରାଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପାଳଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଉକ୍ତ ସମସ୍ୟା ବିଷୟରେ ଅବଗତ ଥିଲେ ସୁଧା କୈ ।ଣସି ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନାହିଁ । ସରକାରଙ୍କ ପକ୍ଷରୁ ସ୍ଥାୟୀ ପୋଲ କିମ୍ବା ଡଙ୍ଗାର ବ୍ୟବସ୍ଥା ସହିତ ଲାଇଫ୍ ଜ୍ୟାକେଟ୍ ର ବ୍ୟବସ୍ଥା କରାଯିବା ପାଇଁ ଲୋକେ ଦାବୀ କରୁଥିବାବଳେ ପ୍ରଶାସନ ପକ୍ଷରୁ କେବଳ ଆଶ୍ବସନା ମିଳୁଥିବା ଲୋକେ ଅଭିଯୋଗ କରିଛନ୍ତି । ତବେ ପଂଚାୟତ ତରଫରୁ ପ୍ରତ୍ୟକ ବର୍ଷ ଖରା ଦିନରେ ଉକ୍ତ ଘାଟରେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇ ଅସ୍ଥାୟୀ ପୋଲ ନିର୍ମ ।ଣ କରାଯାଉଥିବାବଳେ ତାହା କେବଳ ଲୋକଙ୍କ ୪ମାସ କାମରେ ଲାଗିଥାଏ ଏବଂ ନଦୀରେ ବଢି ଆସିଲେ ତାହା ବଢି ପାଣିରେ ମିଳେଇ ଯାଇଥାଏ । ତବେ ଗ୍ରାମ ବାସୀଙ୍କ ପାଇଁ କାଳ କାଳ ଧରି ଲାଗିରହିଥିବା ଏହି ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons