ଭର୍ଷ୍ଟାପେନ୍ ର୍ଜମାନ ଗ୍ରାଁପ୍ରି ଚାମ୍ପିଅନ୍

Get real time updates directly on you device, subscribe now.

ବର୍ଲିନ: ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ରେଡ୍ ବୁଲ୍ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ ଚଳିତ ବର୍ଷ ଜର୍ମାନୀ ଗ୍ରାଁପ୍ରି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ଚଳିତ ସିଜିନର ଟାଇଟଲ ଦାବିଦାର ମର୍ସିଡିସ୍ର ଲୁଇସ୍ ହାମିଲ୍ଟନ୍ ଓ ପ୍ରତିଦ୍ୱନ୍ଦ୍ୱୀ ଫରାରୀ ଡ୍ରାଇଭର ସେବାଷ୍ଟିଆନ ଭେଟେଲଙ୍କୁ ପଛରେ ପକାଇ ଭର୍ଷ୍ଟାପେନ୍ ନାଟକୀୟ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ହୋକେନହେମ୍ ସର୍କିଟ୍ର ୬୪ ଲାପ୍ ବିଶିଷ୍ଟ ମୋଟ୍ ୩୦୬.୪୫୮ କିଲୋ ମିଟର ଦୂରତାକୁ ଭର୍ଷ୍ଟାପେନ୍ ୧ଘଣ୍ଟା ୪ ମିନିଟ୍ ୩୧.୨୭୫ ସେକେଣ୍ଡରେ ଅତିକ୍ରମ କରିଥିଲେ । ୨୦ତମ ସ୍ଥାନରୁ ରେସ୍ ଆରମ୍ଭ କରିଥିବା ଭେଟେଲ ଅବିଶ୍ୱସନୀୟ ଭାବେ ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ସେ ଅତିରିକ୍ତ ୭.୩୩୩ ସେକେଣ୍ଡ ସମୟ ନେଇ ରେସ୍ ଶେଷ କରିଥିଲେ । ଟୋରୋରୋସୋ ଡ୍ରାଇଭର ଡାନିଏଲ୍ କ୍ୟାତ୍ଙ୍କୁ (୍ମ୮.୩୦୫ସେକେଣ୍ଡ) ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଗତ କାଲି ପୋଲ୍ ପୋଜିସନ ହାସଲ କରିଥିବା ହାମିଲଟନ୍ ୧୧ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons