ଭଲ ଫିଲ୍ମକୁ ଅପେକ୍ଷା ଥିଲା

Get real time updates directly on you device, subscribe now.

ବଲିଉଡ୍ର ସିନିୟର ଅଭିନେତ୍ରୀ ରାଇମା ସେନ୍ ବହୁ ସମୟ ଧରି ଭଲ କାହାଣୀ ଥିବା ଫିଲ୍ମକୁ ଅପେକ୍ଷା କରିଥିଲେ । ତାହା ପୂରଣ ହେବାକୁ ଯାଉଛି ‘ଆଲିୟା ବସୁ ଗାୟବ ହୈ’ ଫିଲ୍ମ ଜରିଆରେ । ବଙ୍ଗଳାର ଏକ ରୋମାଣ୍ଟିକ୍ ଓ ଥ୍ରୀଲର୍ କାହାଣୀକୁ ନେଇ ଏହି ହିନ୍ଦୀ ଫିଲ୍ମର କାହାଣୀ ଗଠିତ । ଏଥିରେ ତିନିଜଣ ବ୍ୟକ୍ତିଙ୍କ ଭିନ୍ନପ୍ରକାର ଯୌନ ସମ୍ବନ୍ଧ ବିଷୟରେ ବଣ୍ଣ ର୍ନା କରାଯାଇଛି ବୋଲି ଅଭିନେତ୍ରୀ ରାଇମା ତାଙ୍କ ଟ୍ୱିଟର ଆକାଣ୍ଟରେ ପ୍ରକାଶ କରିଛନ୍ତି । ସେ ବହୁବର୍ଷ ଧରି ଭଲ କାହାଣୀ ଥିବା ଫିଲ୍ମ ଖୋଜୁଥିଲେ ଏବଂ ତାଙ୍କ ମନଲାଖି ଫିଲ୍ମ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଟ୍ୱିଟରରେ ରାଇମା ନିଜ ମନ କଥା କହିବା ସହ ଫିଲ୍ମର ଏକ ଦୃଶ୍ୟର ଫଟୋକୁ ସେ ପ୍ରଦର୍ଶନ କରାଇଥିଲେ । ରାଇମାଙ୍କ ସହ ଏହି ଫିଲ୍ମରେ ଅଭିନେତା ବିନୟ ପାଠକ ଓ ସଲିମ୍ ଦିୱାନ ଅଭିନୟ କରୁଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ସୁଟିଂ କାର୍ଯ୍ୟ ଚାଲିଛି । ପ୍ରୀତି ସିଂ ଫିଲ୍ମର ନିର୍ଦ୍ଦେଶକ ଥିଲାବେଳେ ଡ.ସତ୍ତାର ଦିୱାନ ଫିଲ୍ମର ପ୍ରଯୋଜକ ଅଛନ୍ତି । ତେବେ ଅଭିନେତ୍ରୀ ରାଇମା ଜଣେ ସିନିୟର୍ ବଲିଉଡ୍ କଳାକାର ହେବା ସହ ଜଣେ ବଙ୍ଗଳା କଳାକାର ଅଟନ୍ତି । ୨୦୧୮ରେ ତାଙ୍କର ଏକ ବଙ୍ଗଳା ଫିଲ୍ମ ‘ରିୟୁନିଅନ୍’ ମୁକ୍ତିଲାଭ କରିଥିଲା । ସେହିବର୍ଷ ତାଙ୍କର ତିନୋଟି ହିନ୍ଦୀ ଫିଲ୍ମ ମୁକ୍ତିଲାଭ କରିଥିଲା । ସେହି ଫିଲ୍ମଗୁଡ଼ିକ ହେଲେ-ଭୋଡ୍କା ଡାଇରିସ୍, ଥ୍ରୀ ଦେବ, ୨୦୦୬ ବାରାଣାସି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons