ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ, ଗ୍ରାମବାସୀଙ୍କ ସହ ଦୁଇ ପୋଲିସ କର୍ମଚାରୀ ଗୁରୁତର

Get real time updates directly on you device, subscribe now.

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ମାହାଙ୍ଗା ଥାନା ସମସରପୁର ସିଂଘସାହିର ରାଧାକୃଷ୍ଣ ମେଢ ଯଶରାଜପୁର ଘାଟ ବିରୂପା ନଦୀରେ ବିସର୍ଜନ ପାଇଁ ଯାଇଥିବା ବେଳେ ସ୍ଥାନୀୟ ଟାଙ୍ଗୀ ଥାନା କରୁଆଳ ଗ୍ରାମର କିଛି ଯୁବକ ମୁହାଁମୁହିଁ ହୋଇଥିଲେ । ତୁଳସୀପୁର ଗାଁ ଯଶରାଜପୁର, ଗଣେଶ୍ବରପୁର ଓ ସମସରପୁର ଗ୍ରାମର ଲୋକେ ମାଡଖାଇବଥିଲେ । କୁମୁଡା ଜୟପୁର ଫାଣ୍ଡିର ୨ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।
ଟାଙ୍ଗି ଥାନା ଅନ୍ତର୍ଗତ କରୁଆଳ ଗ୍ରାମର ଯୁବକମାନେ ସଂଘବଦ୍ଧ ଭାବରେ ଠେଙ୍ଗା-ବାଡ଼ି ଓ କାଠଫାଳିଆ ଧରି ମାହାଙ୍ଗା ଥାନା ସମସରପୁର ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କୁ ଅତର୍କିତ ଆକ୍ରମଣ ବେଳେ ଘଟଣାସ୍ଥଳରେ ଉପସ୍ଥିତ ୨ ହୋମଗାର୍ଡ ସମୀର ପ୍ରଧାନ ଓ ପ୍ରଭାତ ଲେଙ୍କା ଗୁରୁତର ହୋଇଛନ୍ତି । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ସମସରପୁର ଗାଁର ରଶ୍ମୀ ରଞ୍ଜନ ମଳିକଙ୍କୁ ଗୁରୁତର ଅବସ୍ଥାରେ କଟକ ଚାଣକ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଯଶରାଜପୁର ଛକରେ ବିଭିନ୍ନ ଦୋକାନ ଭଙ୍ଗାରୁଜା ସାଙ୍ଗକୁ ଲୋକଙ୍କ ଟଙ୍କା -ମୋବାଇଲ ଲୁଟ୍ ହେବା ନେଇ ଖବର ମିଳିଛି । ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି । ଅପରାଧୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons