ଭାଇକୁ ହାଣିଦେଲା

Get real time updates directly on you device, subscribe now.

ଅତାବିରା,(ବି.ବି.ନ୍ୟୁଜ୍): ବରଗଡ଼ ଜିଲ୍ଲା ଅତାବିରା ଥାନା ଟାଙ୍ଗରପାଲି ପଞ୍ଚାୟତ ରୁଝେନମାଲ ନିକଟ ତଲିକଣ୍ଟା ପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇର କଟୁରୀ ଚୋଟର ସାନର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କତ୍ରୁ ଲାକ୍ରାଙ୍କ ପୁଅ କାଟି (୩୫) । ଅନ୍ୟପକ୍ଷରେ ହତ୍ୟା କରିବା ପରେ ବଡ଼ ଭାଇ ଫକୀର ଲାକ୍ରା (୪୦) ଫେରାର୍ ଅଛି ।
ସୂଚନା ମତେ କତ୍ରୁଙ୍କ ଦୁଇ ପୁଅ ଫକୀର ଓ କାଟି ବିବାହିତ । ଚାଷ ଓ ଶ୍ରମିକକାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗତକାଲି ବିଳମ୍ବିତ ରାତିରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଭାଇ କାଟି ଓ ଫକୀରଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ବଡ଼ଭାଇ ଫକୀର ରାଗିଯାଇ ଏକ କଟୁରୀରେ ସାନଭାଇ କାଟିକୁ ଆକ୍ରମଣ କରିଥିଲା । ଫଳରେ କାଟି ଗୁରୁତର ହୋଇଥିଲେ । ତାଙ୍କୁ ବୁର୍ଲା ନିଆଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା । ଅତାବିରା ପୁଲିସ୍ ଆଜି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି । ଏଥିସହ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଫକୀରକୁ ଧରିବାକୁ ତନାଘନା ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons