ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ:ଉପରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ୱର: ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ କବିତା ନୁହେଁ, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ମଧ୍ୟ ଶାନ୍ତି ଓ ଖୁସି ଆଣିଥାଏ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।
ଆଜି ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ ଥିବା କହି ସେ ନିଜର ଭାଷଣ ଆରମ୍ଭ କରିଥିଲେ । ସେ ତାଙ୍କ ଉଦ୍‌ବୋଧନରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ମୃତିଚାରଣ କରି କହିଥିଲେ, ଗାନ୍ଧି ସତ୍ୟ ଓ ଅହିଂସାର ଦୂତ ଥିଲେ। ଭାରତର ସଂସ୍କୃତି ଓ ପରମ୍ପରା ବସୁଧୈବ କୁଟୁମ୍ବକମରେ ବିଶ୍ୱାସ ରଖେ।
ସେ କହିଥିଲେ, ଭାରତ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ । କାରଣ ଭାରତ ହିଂସାରେ ନୁହେଁ, ପ୍ରଗତିରେ ବିଶ୍ୱାସ ରଖି ଆସିଛି ବୋଲି ନାଇଡୁ କହିଛନ୍ତି ।
ବିଶ୍ୱ କବି ମହାକୁମ୍ଭରେ ଯୋଗଦେବା ପରେ ନାଇଡୁ ରାଜଭବନରେ ବିଶ୍ରାମ ନେଇଛନ୍ତି। ଅପରାହ୍ଣ ୩ଟାରେ କଟକ ଯାଇ ଦୈନିକ ଖବରକାଗଜ ସମାଜର ଶତବାର୍ଷିକୀ କାଯର୍ୟକ୍ରମରେ ଯୋଗଦେବେ । ଏହାପରେ ସନ୍ଧ୍ୟା ୫ଟା ୫୦ରେ ଭୁବନେଶ୍ୱର ହୋଇ ଦିଲ୍ଲୀ ଫେରିଯିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons