ଭାଇର ମୃତ ଖବର ଶୁଣି ଯିବା ବେଳେ ବାଇକ୍ ଧକ୍କାରେ ଅନ୍ୟ ଜଣେ ଭାଇ ଗୁରୁତର

Get real time updates directly on you device, subscribe now.

ଜୟପୁର: କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଗୋଟିଏ ପରେ ଗୋଟିଏ ଆସେ । ଭାଇର ମୃତୁ୍ୟ ଖବର ଶୁଣି ଯିବାବେଳେ ବାଇକ୍ ଧକ୍କାରେ ଅନ୍ୟ ଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ସଦର ଥାନା ଅନ୍ତର୍ଗତ ଗାଗନାପୁରର ଡୁଙ୍ଗୁରୁ ପରଜା(୬୦) । ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ଟାଉନ ପୁଲିସ ଦୁର୍ଘଟଣା ଘଟାଇଥିବା ବାଇକ୍କୁ ଜବତ କରିଥିବା ଜଣାପଡିଛି ।
ଡୁଙ୍ଗୁରୁଙ୍କ ସୂଚନା ଅନୁଯାୟୀ, ସେ ସହର ଉପକଣ୍ଠ ଏକ ଢାବାରେ କାମ କରନ୍ତି । ଆଜି ତାଙ୍କ ଭାଇଙ୍କ ମୃତୁ୍ୟ ହୋଇଥିଲା । ପୂର୍ବାହ୍ନରେ ଏ ସମ୍ପର୍କରେ ଖବର ପାଇ ସେ ନନ୍ଦଗୁଡ଼ା ଯିବାକୁ ସ୍ଥିର କରିଥିଲେ । ମାଲିକଙ୍କଠାରୁ ୧୦୦ ଟଙ୍କା ଆଣିବା ଲାଗି ସହରକୁ ଯାଉଥିଲେ । ଏହି ସମୟରେ ଏକ ବାଇକ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଛିଟିକି ପଡି ସେ ଗୁରୁତର ହୋଇଥିଲେ । ଗୋଡ଼ ଭାଙ୍ଗିଯିବା ସହ ଶରୀରର ବିଭିନ୍ନ ଅଂଶରେ ମାଡ଼ ବାଜିଥିଲା । ବାଇକ୍ ଚାଳକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ହସପିଟାଲ୍କୁ ଆଣିଥିଲେ । ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ କୋରାପୁଟ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons