ଭାଇ ମୃତୁ୍ୟର ପ୍ରତିଶୋଧ, ପିଟିପିଟି ମାରିଦେଲେ

Get real time updates directly on you device, subscribe now.

ପାଟଣାଗଡ,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ହରିଶଙ୍କର ରୋଡ଼ ନିକଟ ପିପଲବାହାଲରେ ନୂତନ ଭାବରେ ନିର୍ମାଣ ହେଉଥିବା ରେଳ ଧାରଣାର ୧୪୮/୪ ନଂ ମାଇଲ ଖୁଣ୍ଟଠାରେ ଗତ ଜୁନ ୧୪ ତାରିଖ ଲାଠୋର ଗାଁର ରାଜାରାମ ସୁନା(୩୫)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଲାଠୋର ଏବଂ ତୁରେକେଲା ପୁଲିସ, ଜିଆରପି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତକୁ ଲାଠୋର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଲାଠୋର କାଦୋପଡାର ଜିତେନ ସିଂ ବାଘା ଓରଫ ଭାଲା(୨୯), ଲାଠୋର ବସଷ୍ଟାଣ୍ଡ ଛକର ଅଜୟ ମିଶ୍ର(୨୮) ଏବଂ ନୂଆପଡା ଜିଲ୍ଲା କୋମନା ଥାନା ଥୁଟିବର ଗାଁର ନୀଳାମ୍ବର ସୁନା(୩୦) ବୋଲି ପାଟଣାଗଡ ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦିପ ସମ୍ପଦ ସୂଚନା ଦେଇଛନ୍ତି । ଏଥିସହ ହତ୍ୟାରେ ବ୍ୟବହୃତ ନୀଳାମ୍ବରର ବାଇକ, ଜିତେନର କାର, କାରରେ ଥିବା ଜେକ୍ରଡ, ବାଲଟି ଏବଂ ସେମାନେ ପିନ୍ଧିଥିବା ରକ୍ତ ଲାଗିଥିବା କପଡା ଜବତ କରିଛି ।
ପୁଲିସ ସୂଚନା ଅନୁସାରେ ଗତ ୬ ରୁ ୭ ବର୍ଷ ପୂର୍ବେ ଜିତେନ ସିଂ ବାଘା ଓରଫ ଭାଲାର ବଡଭାଇ ସୁବାସର ମୃତଦେହ ନୂଆପଡା ରେଳ ଧାରଣାରୁ ମିଳିଥିଲା । ଏହି ଘଟଣା ପରେ ରାଜାରାମ ସୁନା ଦୁଇମାସ ଧରି ଫେରାର ଥିଲା । ରାଜାରାମ ଦୁଇମାସ ଧରି ଫେରାର ଥିବା ଯୋଗୁଁ ରାଜାମରାମ ସୁବାସର ହତ୍ୟାକାରୀ ବୋଲି ଜିତେନ ସନେ୍ଦହ କରିିଥିଲା । ସେହିଦିନ ଠାରୁ ଜିତେନ ବଡଭାଇର ହତ୍ୟାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା । ତେବେ ଗତ ଜୁନ ୧୩ ତାରିଖରେ ନୀଳାମ୍ବର ସୁନାକୁ ରାଜାରାମ ଘରକୁ ପଠାଇ ଘରୁ ଡାକି ଆଣିଥିଲା । ଏହାପରେ ସେମାନେ ଲାଠୋର ହଟଲି ଛକ ଠାରେ ମଦ ପିଇଥିଲେ । ଏହାପରେ ଜିତେନ ସିଂ ବାଘାରଙ୍କ( ଓଡି ୦୩ ଏମ୍ ୨୩୧୮)ଗାଡିରେ ଅଜୟ ଓ ନୀଳାମ୍ବର ସହ ମିଶି ଜିତେନ ରାଜାରାମକୁ ନୂଆପଡା ଜିଲ୍ଲା କୋମନା ଥାନା ତକଲାପଡା ନିକଟରେ ଥିବା ଲାନ୍ଥ ନଦୀ ବ୍ରିଜକୁ ନେଇଯାଇଥିଲେ । ସେଠାରେ ଉଭୟଙ୍କ ଭିତରେ ବଚସା ହେବାପରେ ୩ ଜଣ ସଂଘବଦ୍ଧ ଭାବେ ଜେକ୍ରଡରେ ରାଜାରାମକୁ ପିଟିପିଟି ହତ୍ୟା କରିଥିଲେ । ହତ୍ୟାପରେ ପ୍ରମାଣ ନଷ୍ଟ ଉଦେ୍ଧଶ୍ୟରେ ହରିଶଙ୍କର ରୋଡ ନିକଟ ପିପଲବାହାଲ ରେଳଧାରଣାରେ ରାଜାରାମ ସୁନାର ମୃତଦେହ ଫିଙ୍ଗି ଦେଇଥିଲେ ବୋଲି ଏସପି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୁରେଶ ନାଏକ, ଲାଠୋର ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons