ଯାଜପୁର,(ବି.ବି.ନୁ୍ୟଜ): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ୍ ଈଶ୍ୱରପୁର ଗ୍ରାମରେ ୨୦୧୮ ମେ ୩୧ତାରିଖରେ ଏକ ଅଭାବନୀୟ ଘଟଣା ଘଟିଯାଇଥିଲା । ଦିଅର ତାଙ୍କ ଭାଉଜକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିବା ପରେ ମଙ୍ଗଳପୁର ଥାନାରେ ଆତ୍ମ ସମର୍ପଣ କରିଥିଲା । ଏହି ମାମଲାର ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଦୌରାଜଜ୍ ବିରଞ୍ଚô ନାରାୟଣ ମିଶ୍ର ବିଚାର କରି ଅଭିଯୁକ୍ତ ଦିଅରକୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ମୁତାବକ ଈଶ୍ୱରପୁର ଗ୍ରାମର ଗଣେଶ ଚନ୍ଦ୍ର ତ୍ରିପାଠୀଙ୍କ ଦୁଇପୁଅ ଜ୍ଞାନରଞ୍ଜନ ତ୍ରିପାଠୀ ଓ ଚିତ୍ତରଞ୍ଜନ ତ୍ରିପାଠୀ ପରିବାର ସହ ରହୁଥିଲେ । ବଡ଼ପୁଅ ଜ୍ଞାନରଞ୍ଜନ ସ୍କୁଲ ଶିକ୍ଷକ ଥିବା ବେଳେ ସାନଭାଇ ଚିତ୍ତରଞ୍ଜନ ବ୍ୟବସାୟ କରୁଥିଲା । ବ୍ୟବସାୟ ପାଇଁ ଚିତ୍ତରଞ୍ଜନକୁ ବଡ଼ଭାଇ ଜ୍ଞାନରଞ୍ଜନ ମଧ୍ୟ ଟଙ୍କା ସାହାଯ୍ୟ କରୁଥିଲେ । ଚିତ୍ତରଞ୍ଜନ ବ୍ୟବସାୟକୁ ଠିକ୍ ସେ ଚଲାଇ ନପାରି ବୁଡ଼ାଇ ଦେଇଥିଲା । ଏଥିପାଇଁ ବଡ଼ଭାଇ ଆଉ ଚିତ୍ତରଞ୍ଜନକୁ ଟଙ୍କା ଦେଲେ ନାହିଁ । ବଡ଼ଭାଇ ଜ୍ଞାନରଞ୍ଜନ ଭାଉଜ ମଧୁସ୍ମିତା ମିଶ୍ରଙ୍କ କଥାରେ ଟଙ୍କା ଦେଉ ନଥିବା ଭାବି ଚିତ୍ତରଞ୍ଜନ ଭାଉଜକୁ ହତ୍ୟା କରିବାକୁ ଯୋଜନା କରୁଥିଲା । ୨୦୧୮ ମେ ୩୧ ତାରିଖ ସକାଳ ୮ଟା ବେଳେ ଭାଉଜ ମଧୁସ୍ମିତା ଦିଅର ଚିତ୍ତରଞ୍ଜନକୁ ଜଳଖିଆ ଖାଇବାକୁ ଦେଇ ବାରିପଟକୁ ଯାଇଥିଲେ । ଏହି ସମୟରେ ପୂର୍ବରୁ ହତ୍ୟା ଯୋଜନା କରୁଥିବା ଚିତ୍ତରଞ୍ଜନ ବାରିପଟକୁ ଯାଇ ଏକ ଟାଙ୍ଗିଆରେ ଭାଉଜକୁ ଆକ୍ରମଣ କରିଥିଲା । ଟାଙ୍ଗିଆରେ ମଧୁସ୍ମିତାଙ୍କ ବେକ ଓ ମୁଣ୍ଡକୁ ପ୍ରହାର କରିଥିଲା । ଘଟଣା ଘଟୁଥିବା ବେଳେ ପଡେ଼ାଶୀ ରାଜ କିଶୋର ପତିଙ୍କ ଘରେ କାମ କରୁଥିବା ରାଜମିସ୍ତ୍ରୀ ପ୍ରମୋଦ ଜେନା ଦେଖି ଚିକ୍ରାର କରିଥିଲେ । ଚିକ୍ରାର ଶୁଣି ଚିତ୍ତରଞ୍ଜନଙ୍କ ମାଆ ଦୌଡ଼ି ଆସିଥିଲେ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ବୋହୂ ତଳେ ପଡ଼ିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିବା ଦେଖିବାକୁ ପାଇଥିଲେ । ପାଟିତୁଣ୍ଡ ଶୁଣି ପାଖ ପଡେ଼ାଶୀ ଦୌଡ଼ି ଆସିଥିଲେ । ହେଲେ ସୁଯୋଗ ଦେଖି ଚିିତ୍ତରଞ୍ଜନ ବାଇକ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ହତ୍ୟାର କିଛିଘଣ୍ଟା ପରେ ଅର୍ଥାତ୍ ମଧ୍ୟାହ୍ନ ୧୨ଟା ବେଳେ ଚିତ୍ତରଞ୍ଜନ ମଙ୍ଗଳପୁର ଥାନାରେ ପହଞ୍ଚô ହତ୍ୟା କରିଥିବା ସ୍ୱୀକାର କରିବା ସହିତ ଆତ୍ମସମର୍ପଣ କରିଥିଲା । ମଙ୍ଗଳପୁର ପୁଲିସ ଚିତ୍ତରଞ୍ଜନକୁ ଗିରଫ କରିବା ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ବଡ଼ଭାଇ ଜ୍ଞାନରଞ୍ଜନ ଅନୁପସ୍ଥିତ ଥିବାରୁ ମଧୁସ୍ମିତାଙ୍କ ଭାଇ ରାକେଶ କୁମାର ମିଶ୍ର ମଙ୍ଗଳପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ୧୧୭/୧୮ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ରେ ମାମଲା ରୁଜୁ କରି ଚିତ୍ତରଞ୍ଜନକୁ କୋର୍ଟ ଚାଲାଣ କରିଥିଲା । ସେବେଠାରୁ ଚିତ୍ତରଞ୍ଜନ ବିଚାରାଧୀନ କଏଦୀ ଭାବେ ଜେଲ୍ରେ ଥିଲା । ମଙ୍ଗଳବାର ଦିନ ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍ ଶ୍ରୀ ମିଶ୍ର ୨୦ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଚିତ୍ତରଞ୍ଜନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଅନାଦେୟ ହେଲେ ୧ ବର୍ଷ କାରାଦଣ୍ଡ ରାୟ ଶୁଣାଣି କରିଛନ୍ତି । ଏହି ମାମଲାଟିକୁ ପବ୍ଲିକ ପ୍ରସିକୁ୍ୟଟର ଗଦାଧର ସାହୁ ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.