ଭାଉଜଙ୍କୁ ହତ୍ୟା କରି ଦିଅରର ଆତ୍ମହତ୍ୟା

Get real time updates directly on you device, subscribe now.

କୁଆରମୁଣ୍ଡା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଝାରବେଡା ଗ୍ରାମ ପଞ୍ଚାୟତର ରିଉଁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଦିଅର ନିଜ ଭାଉଜକୁ ଦା’ ଓ ପନିକିରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ମାଆକୁ ହତ୍ୟା କରାଯାଉଥିବା ବେଳେ ଏହା ଦେଖୁଥିବା ଝିଅ ଭୟରେ ପାଟି ଫିଟାଇନଥିଲା ।
ରିଉଁ ଗ୍ରାମରେ ମହେଶ୍ୱର ଭୂମିଜ, ତାଙ୍କ ପତ୍ନୀ ମୁନି (୪୫) ଏବଂ ୪ ଝିଅ ଓ ଗୋଟିଏ ପୁଅ ରହୁଥିଲେ । ଦୁଇ ଝିଅଙ୍କ ବିବାହ ହୋଇ ସାରିଥିବା ବେଳେ ପୁଅ ବାହାରେ ରହୁଛି । ଘରେ ମୁନି ଓ ଦୁଇ ଝିଅ ରହୁଥିଲେ । ମହେଶ୍ୱର କେରଳରେ କାମ କରନ୍ତି । ଏପରିକି ସେହି ଘରେ ମହେଶ୍ୱରଙ୍କ ମାନସିକ ବିକାରଗ୍ରସ୍ତ ଭାଇ ଲକ୍ଷ୍ମୀରାମ ଭୂମିକ (୩୫) ରହୁଥିଲେ । ଆଜି ଦିନ ପ୍ରାୟ ୧୧ରୁ ୧୨ଟା ସମୟରେ ଲକ୍ଷ୍ମୀରାମ ଏକ ଦା’ ଓ ପନିକି ନେଇ ହଠାତ ଭାଉଜଙ୍କୁ ଆକ୍ରମଣ କରିଥିଲା । ଦା’ ଓ ପନିକିରେ ଭାଉଜଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେବା ପରେ ରକ୍ତ ଦେଖି ନିଜ ବେକକୁ ପନିକିରେ କାଟି ଦେଇଥିଲେ । ନିଜର ରକ୍ତ ଦେଖି ସେ ଅସ୍ତବ୍ୟସ୍ତ ହୋଇ ବେକରେ ଓଢ଼ଣୀ ଲଗାଇ ଘର ଭିତରେ ଆତ୍ମହତ୍ୟା କରିଥିଲେ । ଖବର ପାଇ ବୀରମିତ୍ରପୁର ଓ କୁଆରମୁଣ୍ଡା ପୁଲିସ୍ ସହ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଲକ୍ଷ୍ମୀରାମ ମୁନିଙ୍କୁ ଆକ୍ରମଣ କରୁଥିବା ବେଳେ ମହିଳାଙ୍କ ସାନଝିଅ ଦେଖୁଥିଲେ ହେଁ ଭୟରେ ପାଟି ଫିଟାଇନଥିଲେ । ପୁଲିସ୍ ମୃତ ଦେହ ଦ୍ୱୟକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ତେବେ କଣ ପାଇଁ ଲକ୍ଷ୍ମୀରାମ ମୁନିଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନଯାଏ ଅସ୍ପଷ୍ଟ ହୋଇ ରହିଛି । ମୃତ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ସୂଚନା ଦେଇଛି । ସେ କେରଳରୁ ଆସି ଏଠାରେ ପହଞ୍ଚିବା ପରେ ପ୍ରକୃତ କାରଣ ଜଣାପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons