ଭାଗନେବେ ଖାତିଗୁଡ଼ାର ବିଶିକେସନ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଜାତୀୟସ୍ତରର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେବେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗାଁର ବିଶିକେସନ ଛତ୍ରିଆ ।
ପ୍ରତିଯୋଗିତାର ୫୩ ରୁ ୫୯ କିଲୋ ଓଜନ ବର୍ଗରେ ସେ ସାମିଲ ହେବେ । ପ୍ରତିଯୋଗିତାରେ ସଫଳ ହୋଇ ସେ ଜିଲ୍ଲା ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଥିବା ବେଳେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ଝାଡଖଣ୍ଡର ରାଜ୍ୟର ଜାମସେଦପୁରରେ ଏହି ପ୍ରତିଯୋଗିତା ଅନୁÂିତ ହେବ । ଭାରତୀୟ ଶକ୍ତି ଉତ୍ତୋଳନ ମହାସଂଘ ପକ୍ଷରୁ ଏହାର ଆୟୋଜନ ହୋଇଥିବାବେଳେ ୪୬ତମ ପୁରୁଷ ଏବଂ ୩୮ତମ ମହିଳା ବରିÂ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା କରାଯିବ । ଚଳିତ ମାସ ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ।
ଦେଶର ବିଭିନ୍ନ ରାଜ୍ୟରୁ ବହୁ ପ୍ରତିଯୋଗୀ ଏଥିରେ ଭାଗ ନେବେ । ସୂଚନାଯୋଗ୍ୟ, ଖାତିଗୁଡାର ମାଉସୀମା ମନ୍ଦିର କଲୋନିରେ ବିଶିଙ୍କ ଘର । ପିଲାଟି ଦିନରୁ ସେ ଉତ୍ତମ ଶରୀର ଗଠନ ଓ ଶକ୍ତି ଉତ୍ତୋଳନ ପ୍ରତି ଆଗ୍ରହ ରଖି ଆସିଛନ୍ତି । ଏଥିପାଇଁ ପ୍ରତିଦିନ ସେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ପୂର୍ବରୁ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ସୁସ୍ଥ ଶରୀର ଗଠନ କରିବାକୁ ସେ ସ୍ଥାନୀୟ ପିଲାଙ୍କୁ ପରାମର୍ଶ ଦେବାସହ ନିଜର ଏକ ଫିଟ୍ନେସ୍ କ୍ଲବ ଗଠନ କରିଛନ୍ତି । ଏଠାରେ ପିଲାମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons