ପୁରୀ,(ବି.ବି.ନୁ୍ୟଜ୍): ସୁରକ୍ଷା ଜୋନ୍ର ଶ୍ରୀମନ୍ଦିର ପଶ୍ଚିମ ପାଶ୍ୱର୍ରେ ଚାଲିଥିବା କୋଠା ଉଚ୍ଛେଦ ପଞ୍ଚମ ଦିନରେ ପହଞ୍ଚିଛି । ଶନିବାର ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସାମ୍ନାରେ ଥିବା ପୁରୀ ତହସିଲର ରେକର୍ଡ ରୁମ କୋଠାକୁ ଉଚ୍ଛେଦ କରାଯାଇଛି । ଏହା ସହ ଅନ୍ୟ ତିନୋଟି ଘରୋଇ ପ୍ଲଟ୍ର ବହୁତଳ କୋଠାକୁ ମଧ୍ୟ ଭଙ୍ଗାଯାଇଛି । ଉଚ୍ଛେଦ ବେଳେ ୨୫ ଫୁଟ ଉପରକୁ ଦୁଇଟି ଡୋଜର ଉଠି କୋଠା ଭାଙ୍ଗିଥିଲା । ଏହା ପୂର୍ବରୁ ଏତେ ଉଚ୍ଚକୁ ଯାଇ ଡୋଜର ଘର ଭାଙ୍ଗିବାର ଦେଖାଯାଇ ନଥିଲା ।
କୋଠା ଭଙ୍ଗା ଅଭିଯାନ ଚାଲିଥିବାରୁ ଶ୍ରୀମନ୍ଦିର ପଶ୍ଚିମ ପାଶ୍ୱର୍ର ଗଡନ୍ତି ଛକରୁ ଗାଣ୍ଡୁଆ ଚଉରା ଛକ ପର୍ଯ୍ୟନ୍ତ ପୁଲିସ ସିଲ୍ କରି ରଖିଥିଲା । ଉଚ୍ଛେଦ ସ୍ଥାନରେ ସଶସ୍ତ୍ର ପୁଲିସ ବାହିନୀ ନିୟୋଜିତ ହୋଇଥିଲେ । ଗାଡ଼ି ଚଳାଚଳ ଏହି ରାସ୍ତାରେ ବନ୍ଦ ରହିଥିଲା କେବଳ ଜଣାଶୁଣା ପଥଚାରୀ ଏହି ରାସ୍ତା ଦେଇ ଯାତାୟାତ କରିବାକୁ ପୁଲିସ ଛାଡୁଥିଲା । ପଶ୍ଚିମ ଦ୍ୱାର ସାମାନ ଗଳିରେ ଥିବା ଭିତର ସେବାୟତ ନିଯୋଗ କୋଠା ସାମ୍ନା ପଟରୁ ଚାଲିଥିବା ବେଳେ ଏହାର ପଛ ପଟରେ ରହିଥିବା ତହସିଲ ରେକର୍ଡ ରୁମ୍ ଏବଂ ତିନୋଟି ଘରୋଇ ପ୍ଳଟର ଘରକୁ ଭଙ୍ଗା ଯାଇଥିଲା । ଏହି ତିନି ଘର ମଧ୍ୟରେ ରହିଥିଲା ପ୍ରଥମ ଦଫାରେ ପ୍ରଶାସନକୁ ଜମି ବିକିଥିବା ପରିବାରଙ୍କ କୋଠା । ଏହି ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଗତ ସେପ୍ଟେମ୍ବର ମାସରେ ରାଜଧାନୀକୁ ଡାକି ସମ୍ବର୍ଦ୍ଧିତ କରିଥିଲେ । ଶନିବାର ଉଚ୍ଛେଦ ବେଳେ ଏହି ଇଲାକାର ଅଧିକାଂଶ ବ୍ୟବସାୟିକ ପ୍ରତିÂାନ, ଘରୋଇ କୋଠା, ଦୋକାନକୁ ଲୋକମାନେ ଖାଲି କରୁଥିବାର ଦେଖା ଯାଇଥିଲା । ଉଚ୍ଛେଦରେ ପାଖାପାଖି ୭୦୦୦ ବର୍ଗ ଫୁଟ ଜମି ଖାଲି ହୋଇଥିଲା ।
ପଶ୍ଚିମ ପାଶ୍ୱର୍ରେ ଉଚ୍ଛେଦ ଚାଲିଥିବା ବେଳେ ସିଂହଦ୍ୱାର ସାମ୍ନାର ସୌନ୍ଦର୍ଯ୍ୟକରଣ କାମ ବି ଜୋରଦାର ଚାଲିଥିଲା । ମଙ୍ଗୁମଠ ଆରାଧ୍ୟ ଦେବତାଙ୍କ ମନ୍ଦିର ଚାରି ପାଖରେ ଟାଇଲ ପକାଯାଇ ବିକାଶ କରାଯାଉଥିଲା । ସେହିଭଳି ସିଂହଦ୍ୱାର ଉଭୟ ପାଶ୍ୱର୍ ମେଘନାଦ ପାଚେରି କଡ଼ରେ ବଡ଼ ବଡ଼ ଗଛକୁ କଣ୍ଟେନରରେ ସଜାଇ ରଖାଯାଇଥିଲା । ନିର୍ମାଣାଧୀନ ସିଂହଦ୍ୱାର ନୂତନ ବ୍ୟାରିକେଡ୍ ବାମ ପାଖ କଡ଼ରେ ମଧ୍ୟ ଗଛ ଲଗାଇ ସବୁଜିମା ପରିବେଶର ଚିତ୍ର ସୃଷ୍ଟି କରା ଯାଇଥିଲା ।
ଅନ୍ୟପକ୍ଷରେ ଗତକାଲି ଭଙ୍ଗା ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସାମନା ଦୀପକ ସାହୁଙ୍କ କୋଠା ଉଚ୍ଛେଦ ଆଜି ଅଧାରେ ଅଟକିଥିଲା । ଅଧାଭଙ୍ଗା କୋଠାରୁ ପ୍ରକୋÂଗୁଡିକ ଭୂତ କୋଠି ଭଳି ଠିଆ ହୋଇଛି । ଶ୍ରୀମନ୍ଦିର ପଶ୍ଚିମ ପାଶ୍ୱର୍ ରାସ୍ତାର ବିଷ୍ଣୁଭବନ ଏବଂ ପ୍ରତିହାରୀ ଭବନ ରହିଛି । ଏହି ଦୁଇ ବହୁତଳ କୋଠାର ଜମିକୁ ପ୍ରଶାସନ ସିଧା କିଣି ନେଇଛି । ସରକାରଙ୍କ ସିଧା ଜମି ବିକି୍ର ନିୟମ ଆଧାରରେ ସ୍ୱତନ୍ତ୍ର ସହାୟତା ବି ପାଇଛନ୍ତି । ଏହି ପାଶ୍ୱର୍ରେ ୨୨ଟି ବହୁତଳ ବ୍ୟବସାୟିକ କୋଠା ମଧ୍ୟ ଠିଆ ହୋଇଛି । କୋଠାଗୁଡିକ ନୂଆ କରି ନିର୍ମାଣ ହୋଇଥିବାରୁ ଉଚ୍ଛେଦ ପାଇଁ ଅଧିକ ସମୟ ଲାଗିବ ବୋଲି ନିୟୋଜିତ କର୍ମଚାରୀମାନେ କହିଛନ୍ତି । ପ୍ରଥମେ ଗାଣ୍ଡୁଆ ଚଉରା ଛକ କୋଣ ଘର ଏବଂ ତା ପରଦିନ ଗଡନ୍ତି ଛକସ୍ଥିତ କୋଠା ଉଚ୍ଛେଦରୁ ପ୍ରଶାସନ ଶ୍ରୀମନ୍ଦିର ପଶ୍ଚିମ ପାଶ୍ୱର୍ରୁ ଉଚ୍ଛେଦ ଆରମ୍ଭ କରିଛି । ଏହି ଇଲାକାରେ ଉଚ୍ଛେଦ ହିଁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ଥିଲା ।


Comments are closed, but trackbacks and pingbacks are open.