ଭାଟକୁମରଡା ସିଏଚ୍ସି ଡାକ୍ତର ମୃତ

Get real time updates directly on you device, subscribe now.

ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ୍): ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତୁ୍ୟ । ମୃତକ କୋଭିଡ୍ ଯୋଦ୍ଧା ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ବି.କ୍ରିଷ୍ଣା (୪୩) । ଭୁବନେଶ୍ୱରସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ତାଙ୍କର ରବିବାର ଭୋର୍ ୩ଟାରେ ମୃତୁ୍ୟ ଘଟିଛି । ଗତ ୪ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଅଗଷ୍ଟ ୫ରେ ତାଙ୍କୁ ଭୁବନେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଜୀବନ ରକ୍ଷା କରିବା ସମ୍ଭବପର ହୋଇପାରିନି ବୋଲି ସୂଚନା ଦେଇଛନ୍ତି ଓମ୍ସା ପୂର୍ବତନ ରାଜ୍ୟ ସଭାପତି ଡା. ନିରାକାର ଭଟ୍ଟ । ଏହା ପୂର୍ବରୁ ଗୁରୁବାର ସକାଳୁ ସମ୍ବଲପୁର ଜିଲ୍ଲା ହୀରାକୁଦ ଇଏସ୍ଆଇ ଡାକ୍ତରଖାନାର ଚିକିତ୍ସକ ଡା. କୁଳମଣି ସୁନା (୪୨)ଙ୍କ କରୋନାରେ ମୃତୁ୍ୟ ଘଟିଥିଲା । ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା ମୁତାବକ ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ୨୫ କୋଭିଡ୍ ଯୋଦ୍ଧାଙ୍କ ଜୀବନ ଯାଇଥିଲା । ତେବେ ପ୍ରଥମ କରି ଜିଲ୍ଲାରେ କେହି ଜଣେ ଡାକ୍ତରଙ୍କ ମହାମାରୀରେ ବିୟୋଗ ଘଟିଛି ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଭାବନ୍ଧ ପଞ୍ଚାୟତର ନାଇଡୁପଲ୍ଲୀ ଗ୍ରାମରେ ୩.୧୦.୧୯୭୭ରେ ଜନ୍ମଗ୍ରହଣ କରିଥିଲେ ବି.କ୍ରିଷ୍ଣା । ୨୦୦୬ ମସିହାରେ ଡାକ୍ତର ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପୂର୍ବରୁ ସେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ । ଗଞ୍ଜାମ ଜିଲ୍ଲାକୁ ବଦଳି ସହ ୨୦୧୮ ମସିହାରେ ସେ ଭାଟକୁମରଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଭାବେ ଦାୟିିତ୍ୱ ଗ୍ରହଣ କରିଥିଲେ । ଜଣେ ଡାକ୍ତର ଭାବେ କର୍ତ୍ତବ୍ୟନିÂା ସେବା ପ୍ରଦାନ କରି ଅଞ୍ଚଳବାସୀଙ୍କ ନିକଟରେ ସୁପରିଚିତ ହୋଇପାରିଥିଲେ ସେ । ଅଧିକ୍ଷକ ଭାବେ ସଫଳ ନେତୃତ୍ୱ ନେବା ସାଙ୍ଗକୁ ଅନ୍ୟ ସହକର୍ମୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ରୋଗୀ ସେବା ହିଁ ପ୍ରଥମ ବୋଲି ପରାମର୍ଶ ଦେଇ ଆସୁଥିଲେ ।
ତାଙ୍କ ମୃତୁ୍ୟ ଖବର ପାଇ ଗଞ୍ଜାମ ଜିଲ୍ଲାର ସମସ୍ତ କୋଭିଡ୍ ଯୋଦ୍ଧା, ଡାକ୍ତର ଓ ସାଧାରଣ ପ୍ରଶାସନ ମହଲରେ ଶୋକର ଛାୟା ଖେଳିଯାଇଛି । ଡା. କ୍ରିଷ୍ଣାଙ୍କ ବିୟୋଗରେ ପ୍ରଶାସନ ପକ୍ଷରୁ ରବିବାର ପୂର୍ବାହ୍ନ ୧୧ଟାରେ ଭାଟକୁମରଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଶୋକସଭା ହୋଇଥିଲା । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ସିଡିଏମ୍ଓ ଡା. ଉମାଶଙ୍କର ମିଶ୍ର, ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ପୁରୁଷୋତ୍ତମପୁର ଥାନାଧିକାରୀ ଜଗନ୍ନାଥ ମଲ୍ଲିକ, ଭାଟକୁମରଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋଜ କୁମାର ଦାଶ ଓ ଅନ୍ୟ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ସ୍ୱର୍ଗତ ଡାକ୍ତରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଜଣେ ସଚ୍ଚୋଟ, କର୍ତ୍ତବ୍ୟନିÂ, ସମୟାନୁବର୍ତ୍ତୀ, କରୋନା ଯୋଦ୍ଧାଙ୍କୁ ହରାଇଲୁ ବୋଲି ମତ ପ୍ରକାଶ ପାଇବା ସହ ତାଙ୍କ ପରିବାରକୁ ଭଗବାନ ଅସୀମ ସାହାସ ପ୍ରଦାନ କରନ୍ତୁ ବୋଲି କାମନ କରାଯାଇ ଥିଲା । ପରେ ଉପରିସ୍ଥ ଅଧିକାରୀଗଣ ସ୍ୱର୍ଗତ ଡାକ୍ତରଙ୍କ ନାଇଡୁପଲ୍ଲୀସ୍ଥିତ ବାସଭବନକୁ ଯାଇ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।
ଏହି କାଠିକର ସମୟ ପାର କରିବାକୁ ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଶୋକବ୍ୟକ୍ତ କରିଛନ୍ତି ଡା. ନିରାକାର ଭଟ୍ଟ । ଡା. କ୍ରିଷ୍ଣା ଜଣେ ନିÂାପର ଓ ଉତ୍ସର୍ଗୀକୃତ ଚିକିତ୍ସକ ଥିଲେ । ତାଙ୍କ ବିୟୋଗ ଖବର ଶୁଣି ମର୍ମାହତ । ସମାଜ ଓ ଚିକିତ୍ସକ ମହଲ ପାଇଁ ଏହା ଏକ ବଡ କ୍ଷତି ବୋଲି ଟ୍ୱିଟ୍ ବାର୍ତ୍ତା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଦେ୍ର୍ଧଶକ ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ଡା. ବିଜୟ କୁମାର ପାଣିଗ୍ରାହୀ । ସେହିପରି କୋରାପୁଟ ପୂର୍ବତନ ସିଡିଏମ୍ଓ ଡା. ଲଳିତ କୁମାର ରଥ ଉଲ୍ଲେଖ କରିଛନ୍ତି ଯେ- ସେ ପ୍ରଥମେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିଲେ ଓ ପରେ ଭାଟକୁମରଡାରେ ଯୋଗଦାନ କରିଥିଲେ । ସେ ନିଜର କର୍ତ୍ତବ୍ୟ ପ୍ରତି ନିÂାବାନ ଥିଲେ । ଏହି ଦୁଃଖଦ ଖବର ଶୁଣି ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଦୁଃଖିତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons