ଭାରତକୁ ୪ ସ୍ୱର୍ଣ୍ଣ, ୨ ରୌପ୍ୟ, ୨ ବ୍ରୋଞ୍ଜ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୋଲାଣ୍ଡରେ ଅନୁଷ୍ଠିତ କୁତ୍ନୋ ଆଥଲେଟିକ୍ ମିଟ୍ରେ ବାଜିମାତ୍ କରିଛନ୍ତି ଭାରତୀୟ ଆଥଲେଟ୍ । ଚମକ୍ରାର ପ୍ରଦର୍ଶନ ସହ ଭାରତ ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ୍ ୮ଟି ପଦକ ହାସଲ କରିଛି । ଏଥିରେ ୪ଟି ସ୍ୱର୍ଣ୍ଣ, ୨ଟ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ସାମିଲ୍ ଅଛି । ପୁଣିଥରେ ଭାରତୀୟ ଉଦୀୟମାନ ସ୍ପ୍ରିଣ୍ଟର ହିମା ଦାସଙ୍କ ଚମକ ଦେଖିବାକୁ ମିଳିଛି । ୭ ଦିନ ମଧ୍ୟରେ ସେ ପୋଲାଣ୍ଡର ୨ଟି ଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ମହିଳା ୨୦୦ ମିଟର ଦୌଡ଼ରେ ଭାରତୀୟଙ୍କ ପ୍ରଦର୍ଶନ ଚିତାକର୍ଷକ ରହିଥିଲା । ଜୁନିୟର ବିଶ୍ୱ ଚାମ୍ପିଅନ୍ ହିମା ୨୩.୯୫ ସେକେଣ୍ଡରେ ପ୍ରତିଯୋଗିତା ଶେଷ କରି ସ୍ୱର୍ଣ୍ଣ ଜିତିଥିବା ବେଳେ ଭି କେ ବିସ୍ମୟା ୨୪.୦୬ ସେକେଣ୍ଡ ନେଇ ରୌପ୍ୟ ପଦକ ହାସଲ କରିଥିଲେ । ଚଳିତ ସିଜନରେ ହିମାଙ୍କ ଏହା ଦ୍ୱିତୀୟ ସ୍ୱର୍ଣ୍ଣ । ସେ ଗତ ମଙ୍ଗଳବାର ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ୍ ଗ୍ରାଁ ପ୍ରିରେ ସ୍ୱର୍ଣ୍ଣ ଜିଣିଥିଲେ ।
ଜାତୀୟ ରେକର୍ଡଧାରୀ ମହମ୍ମଦ ଆନସ ମଧ୍ୟ ପୁରୁଷ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ । ସେ ନିର୍ଦ୍ଧାରିତ ଦୂରତାକୁ ୨୧.୧୮ ସେକେଣ୍ଡରେ ଶେଷ କରିଥିଲେ । ପୁରୁଷ ୪୦୦ ମିଟର ହର୍ଡଲ୍ସରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଥିଲା । ଏମ୍ ପି ଜବୀର ୫୦.୨୧ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ଜିତିନ୍ ପଲ୍ ୫୨.୨୬ ସେକେଣ୍ଡ ନେଇ ବ୍ରୋଞ୍ଜ ଜିଣିଥିଲେ । ମହିଳା ୪୦୦ ମିଟର ଦୌଡ଼ରେ ଭାରତୀୟ ପ୍ରତିଯୋଗୀ ସମସ୍ତ ପଦକ ପୋଛି ନେଇଥିଲେ । ବି ସରିତାବେନ୍(୫୨.୭୭ ସେକେଣ୍ଡ) ସ୍ୱର୍ଣ୍ଣ, ସୋନିଆ ବୈଶ୍ୟ(୫୩.୭୩) ରୌପ୍ୟ ଓ ଆର୍ ବିଥ୍ୟା ବ୍ରୋଞ୍ଜ ପଦକ ଲାଭ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons