ଭାରତରେ ୨୦ ଲକ୍ଷ ଟପିଲା ଆକ୍ରାନ୍ତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ-୧୯) ଲଗାତାର ଭାବେ ହୁ ହୁ ହୋଇ ବଢ଼ିଚାଲିଛି । ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି ହେଉଛି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୬୨ ହଜାର ୫୩୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଛି । ଏହି ସମୟରେ ୮୮୬ ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ ଦେଶରେ ମୋଟ କରୋନା ଜନିତ ମୃତୁ୍ୟସଂଖ୍ୟା ୪୧ ହଜାର ୫୮୫ରେ ପହଞ୍ଚôଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ପ୍ରଥମ କରି ଦେଶରେ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ କରିଛି । ଏବେ ଦେଶରେ ମୋଟ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୨୭ ହଜାର ୭୪ରେ ପହଞ୍ଚôଛି । ସେଥିରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୭ ହଜାର ୩୮୪ ଥିଲା ବେଳେ ୧୩ ଲକ୍ଷ ୭୮ ହଜାର ୧୦୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଦେଶରେ ଦୁଇଟି କ୍ଷେତ୍ରରେ ବେଶ୍ ସଫଳତା ମିଳିଛି । ଗୋଟିଏ ହେଲା ସୁସ୍ଥ ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି ଏବଂ ମୃତୁ୍ୟ ହାର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ଯଥେଷ୍ଟ କମ୍ ରହିଛି । ଦେଶରେ ଆରୋଗ୍ୟ ହାର ଏବେ ୬୭.୯୮ ପ୍ରତିଶତ ଥିଲା ବେଳେ ମୃତୁ୍ୟ ହାର ରହିଛି ୨.୦୫ ପ୍ରତିଶତ । ଜୁନ ୧୫ରେ ଆରୋଗ୍ୟ ହାର ଥିଲା ୫୧.୦୮ ପ୍ରତିଶତ । ଏହି ସମୟ ବେଳକୁ ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬.୦୬ ପ୍ରତିଶତ ଥିଲା ବେଳେ ଏବେ ତାହା ୨୯.୯୬ ପ୍ରତିଶତକୁ ଖସି ଆସିଛି । ଦେଶରେ ଏବେ ଯେତିକି ସକ୍ରିୟ ରୋଗୀ ରହିଛନ୍ତି ତା ଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୭ ଲକ୍ଷ ୭୦ ହଜାରରୁ ଅଧିକ ରହିଛି । ଅନ୍ୟପକ୍ଷରେ ଗୁରୁବାର ସୁଦ୍ଧା ଦେଶରେ ୨ କୋଟି ୨୭ ଲକ୍ଷ ୮୮ ହଜାର ୩୯୩ କରୋନା ନମୁନା ପରୀକ୍ଷା କରାଯାଇଛି ।
ଗତ ୩ ଦିିନ ହେଲା ସଂକ୍ରମିତ ସଂଖ୍ୟାରେ ଭାରତ ନୂଆ ରେକର୍ଡ କରିବାରେ ଲାଗିଛି । ମଙ୍ଗଳବାର ଓ ବୁଧବାର ୫୨ ହଜାରରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା ବେଳେ ଗୁରୁବାର ୫୬ ହଜାରରୁ ଅଧିକ ଚିହ୍ନଟ ହୋଇଥିଲେ । କେରଳରେ ଗତ ଜାନୁଆରୀ ୩୦ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଥିଲା । ସେ ଜଣେ ଡାକ୍ତରୀ ଛାତ୍ର ଥିଲେ ଏବଂ କରୋନାର ଉପôତ୍ତିସ୍ଥଳ ଚୀନ୍ର ୱୁହାନରୁ ଫେରିଥିଲେ । ସେବେଠାରୁ ୧୯୦ ଦିନ ଭିତରେ ଦେଶରେ ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି । ମେ ୧୯ ଅର୍ଥାତ ୧୧୦ ଦିନରେ ଦେଶରେ ୧ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରବର୍ତ୍ତୀ ୫୯ ଦିନରେ ଏହା ୧୦ ଲକ୍ଷରେ ପହଞ୍ଚôଥିଲା ବେଳେ ଆଉ ୨୧ ଦିନରେ ୨୦ ଲକ୍ଷ ଟପିଯାଇଥିଲା । ଜୁନ୍ରେ ଭାରତରେ କରୋନା ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିଥିଲା । କେବଳ ଜୁଲାଇରେ ଭାରତରେ ଅଧାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଜୁଲାଇ ମାସରେ ୧୦ ଲକ୍ଷରୁ ଅଧିକ ନୂଆ ପଜିଟିଭ୍ ସାମ୍ନାକୁ ଆସିଛି । ଜୁଲାଇ ପ୍ରଥମରୁ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ରହିଥିଲା ବଳେ ୩୧ ତାରିଖକୁ ଏହା ୧୬ ଲକ୍ଷରେ ପହଞ୍ଚô ଯାଇଥିଲା ।
ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରୁ ୨୦ ଲକ୍ଷରେ ପହଞ୍ଚôବାକୁ ମାତ୍ର ୯ ଦିନ ସମୟ ଲାଗିଛି । ଜୁଲାଇ ୨୮ରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ରହିଥିଲା । କିନ୍ତୁ ଅଗଷ୍ଟ ୭ ବେଳକୁ ଅର୍ଥାତ ୯ ଦିନରେ ୪ ଲକ୍ଷ ୯୫ ହଜାର ନୂଆ ପଜିଟିଭ୍ ସେଥିରେ ମିଶିଥିଲେ । ଏହି ୯ ଦିନରେ ଆମେରିକାରେ ୫ ଲକ୍ଷ ୧୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାର ଦ୍ୱିତୀୟରେ ଥିବା ବ୍ରାଜିଲରେ ଏହି ସମୟ ଭିତରେ ୩ ଲକ୍ଷ ୮୨ ହଜାର ନୂଆ ମାମଲା ମିଶିଥିଲା । ଆମେରିକାରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ୩୨ ହଜାରରୁ ଅଧିକ ଥିଲା ବେଳେ ବ୍ରାଜିଲରେ ମୋଟ ୨୯ ଲକ୍ଷ ୧୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି । ଭାରତରେ ବର୍ତ୍ତମାନ ଯେଭଳି ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି ସେଥିରୁ ଜଣାପଡୁଛି ଯେ ଆଉ ଗୋଟିଏ ମାସ ଭିତରେ ଏହା ସଂକ୍ରମଣରେ ବ୍ରାଜିଲକୁ ଅତିକ୍ରମ କରିବ ।
ଗତ ୨୪ ଘଣ୍ଟାରେ ୫ଟି ରାଜ୍ୟରେ ମଧ୍ୟ ରେକର୍ଡ ସଂଖ୍ୟରେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୧୧ ହଜାର ୫୧୪ ନୂଆ ମାମଲା ସାମ୍ନାକୁ ଆସିଥିଲା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ହଜାର ୩୨୮, କର୍ଣ୍ଣାଟକରେ ୬ ହଜାର ୮୦୫, ତାମିଲନାଡୁରେ ୫ ହଜାର ୬୮୪ ଏବଂ ଉତ୍ତରପ୍ରଦେଶରେ ୪ ହଜାର ୫୮୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଏହି ୫ଟି ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟ ଅଧିକ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ମହାରାଷ୍ଟ୍ରରେ ୩୧୬ ଜଣ ପ୍ରାଣ ହରାଇଥିଲା ବେଳେ ତାମିଲନାଡୁରେ ୧୧୦, କର୍ଣ୍ଣାଟକରେ ୯୩, ଆନ୍ଧ୍ରପ୍ରଦେଶରେ ୭୨ ଏବଂ ଉତ୍ତରପ୍ରଦେଶରେ ୬୧ ଜଣଙ୍କ ମୃତୁ୍ୟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୪ ଲକ୍ଷ ୭୯ ହଜାର କରୋନା ରୋଗୀ ରହିଥିଲା ବେଳେ ରାଜ୍ୟରେ ୧୬ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଲାଣି । ମହାରାଷ୍ଟ୍ର ତଳକୁ ସଂକ୍ରମଣରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି । ଜୁନ୍ରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ଏବେ ୫ମ ସ୍ଥାନକୁ ଖସିଆସିଛି । ଆନ୍ଧ୍ରପ୍ରଦେଶ ଏବେ ତୃତୀୟ ସ୍ଥାନରେ ରହିଛି । ଭାରତରେ ଏବେ ଦୈନିକ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୧୬ ହଜାର ୫୦୦ ନମୁନା ପରୀକ୍ଷା କରାଯାଉଛି । କିନ୍ତୁ ଆମେରିକାରେ ଏହି ନମୁନା ପରୀକ୍ଷା ସଂଖ୍ୟା ୧ ଲକ୍ଷ ୯୦ ହଜାରରୁ ଅଧିକ ରହିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons