ଭାରତର ଏସ୍-୪୦୦ ଚୁକ୍ତି: ଆମେରିକା ଏବେ ବି ଖପ୍ପା

Get real time updates directly on you device, subscribe now.

ୱାସିଂଟନ୍: ରୁଷ ଓ ଭାରତ ମ୍ମରେ ହୋଇଥିବା ଏସ୍-୪୦୦ ମିସାଇଲ ପ୍ରତିରକ୍ଷା ଚୁକ୍ତିକୁ ନେଇ ଆମେରିକା ଏବେ ବି ଚିନ୍ତିତ । ଖାସ୍ କରି ରୁଷ ସହ ଭାରତ ଏହି ଚୁକ୍ତି କରିଥିବାରୁ ଆମେରିକା ଖପ୍ପା ହୋଇଛି । ଏଥିପାଇଁ ଏହା ପ୍ରତିରକ୍ଷା ସହାୟତା ସୀମିତ କରିଦେବ ବୋଲି ଧମକ ଦେଇଛି । ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସଶ୍ଛର୍କ ବଳିଷ୍ଠ ହେବା କ୍ଷେତ୍ରରେ ଏସ୍-୪୦୦ ଚୁକ୍ତି ବାଧକ ସାଜିବ ବୋଲି ଏହାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଆମେରିକାର ବୈଦେଶିକ ମନ୍ତ୍ରାଳୟ ଅଧିକାରୀ ଏଲିସ୍ ୱେଲ୍ସ କହିଛନ୍ତି, ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ୧.୨୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବୁଝାମଣା ହୋଇଛି । ଏହା ପୂର୍ବରୁ ଦୁଇଦେଶ ମଧ୍ୟରେ କାରବାର ପ୍ରାୟତଃ ଶୂନ ଥିଲା । କିନ୍ତୁ ରୁଷ ସହିତ ଭାରତ କରିଥିବା ଏସ୍-୪୦୦ ଚୁକ୍ତି ଯୋଗୁ ଏହି ସମ୍ପର୍କ କ୍ରମେ ଖରାପ ହେବା ନେଇ ଆଶଙ୍କା ରହିଛି । ଉଲ୍ଲେଖଯୋଗ୍ୟ, ଗତବର୍ଷ ରୁଷ ସହ ଭାରତ ଏସ୍-୪୦୦ ଚୁକ୍ତି କରିଥିଲା । ଶତ୍ରୁରାଷ୍ଟ୍ରର ମିସାଇଲ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ଏସ୍-୪୦୦ ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥା ସହାୟକ ହେବ ।
ଏଲିସ୍ ଆହୁରି କହିଛନ୍ତି, ଭାରତର ୭୦ଧ ସାମରିକ ହାର୍ଡୱେର ହେଉଛି ରୁଷୀୟ । ପ୍ରତିରକ୍ଷା ଚୁକ୍ତି ବାବଦରେ ଭାରତ ସବୁବେଳେ ରୁଷକୁ ପ୍ରାଥମିକତା ଦେଇଆସୁଛି । ଏଭଳି କରି ଏହା ଆମେରିକା ସହିତ ସମ୍ପର୍କ ଖରାପ କରୁଛି । ବାଣିଜ୍ୟ କ୍ଷେତ୍ରରେ ଆମେରିକା ଉପରେ ଅଧିକ ନିର୍ଭରଶୀଳ ହେଉଛି ଭାରତ । ସେହି ଦୃଷ୍ଟିରୁ ଭାରତ ପ୍ରକୃତରେ କାହାକୁ ପ୍ରାଥମିକତା ଦେବା ଉଚିତ ତାହା ଆଉଥରେ ବିଚାର କରୁ ବୋଲି ଏଲିସ୍ ଦର୍ଶାଇଛନ୍ତି । ଏସିଆ ସହ ଜଡ଼ିତ ବୈଦେଶିକ ପ୍ରସଙ୍ଗର ଉପସମିତିକୁ ଏଲିସ୍ ଏହା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons