ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗାମୀ ଦିନରେ ଭାରତୀୟ ମହିଳାମାନଙ୍କ ଭାରତୀୟ ଅର୍ଥନୀତିରେ ବଡ଼ ଭୂମିକା ରହିବ । ଫେଡେରେସନ ଓ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମହିଳା ଶାଖାର ଏକ ଅନ୍ଲାଇନ୍ ଆଲୋଚନାଚକ୍ରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଡିଜିଟାଲ ଯୁଗର ସଠିକ୍ ଅନୁଭବ କରୋନା ମହାମାରୀ ସମୟରେ ସାରା ବିଶ୍ୱ ଏବଂ ଦେଶ କରୁଛି । ଦେଶର ବର୍ତ୍ତମାନ ପରିସ୍ଥିତିରେ ମହିଳାମାନଙ୍କ ପରିଶ୍ରମ ଓ ଯୋଗଦାନରୁ ଆର୍ଥିକ ଆକଳନ ହେଉନଥିଲା । ମାତ୍ର ଏବେ ଏହାର ଆକଳନ ହେବ ଏବଂ ମହିଳାମାନଙ୍କ ଆର୍ଥିକ ବିକାଶରେ ଯୋଗଦାନରେ ସଠିକ୍ ମୂଲ୍ୟାଙ୍କନ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି, ପୁରୁଷ କୈନ୍ଦ୍ରିକ ଅର୍ଥ ବ୍ୟବସ୍ଥାର ଅର୍ଥ ଖର୍ଚ୍ଚର ବ୍ୟବସ୍ଥା ତୁଳନାରେ ମହିଳା ହାତକୁ ଅଧିକ କ୍ଷମତା ଆସିଲେ ୫ଥର ଚିନ୍ତା କରି ମହିଳା ଖର୍ଚ୍ଚ କରିବେ । ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଶୁଭଙ୍କର ହେବ । କରୋନା ମହାମାରୀ ସମୟରେ ମହିଳାଙ୍କ ଖାତାକୁ ଜନଧନ ଓ ଅନ୍ୟାନ୍ୟ ଅର୍ଥ ତଥା ଏଲ୍ପିଜି ସବ୍ସିଡି ଯାଇଛି । ଏହା ସମାଜର ଖରାପ ଆର୍ଥିକ ପରିସ୍ଥିତି ସମୟରେ ମହିଳାମାନଙ୍କୁ ଆହୁରି ସଶକ୍ତ କରିଛି ।
ଶ୍ରୀ ପ୍ରଧାନ ତାଙ୍କ ମନ୍ତ୍ରଣାଳୟ ତରଫରୁ ଚାଲୁଥିବା ଘରେ ଘରେ ପାଇପ୍ ଯୋଗେ ପିଏନ୍ଜି ଗ୍ୟାସ ଯୋଗାଣରେ ମହିଳାଙ୍କୁ ଅଧିକ ମାତ୍ରାରେ ସାମିଲ କରିବା କଥା କହିଛନ୍ତି । ଏହା ସହ ବ୍ୟବହୃତ ଖାଇବା ତେଲ ତଥା ଘରୋଇ ଅଳିଆ ଆବର୍ଜନାରୁ ପେଟ୍ରୋଲ ଓ ଡିଜେଲ ଜାତୀୟ ଉର୍ଜ୍ଜା ଉପôାଦନର କେନ୍ଦ୍ରରେ ମହିଳାମାନେ ରହି ସେମାନଙ୍କ ଆର୍ଥିକ ପ୍ରଗତି କରିପାରିବେ ବୋଲି କହିଛନ୍ତି । ତାଙ୍କ ମନ୍ତ୍ରଣାଳୟ ପିଏନ୍ଜି ଯୋଗାଣ, ସୁରକ୍ଷା, ରକ୍ଷଣାବେକ୍ଷଣ ଓ ବିଲ୍ କଲେକ୍ସନ ଦାୟିତ୍ୱ ମହିଳାଙ୍କୁ ଦେବା ପାଇଁ ଚିନ୍ତା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ଶତାଧିକ ମହିଳା ଉଦ୍ୟମୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Comments are closed, but trackbacks and pingbacks are open.