ଭାରତୀୟ ଡେଭିସ୍ କପ୍ ଦଳର ପାକ୍ ଗସ୍ତ:ନିରପେକ୍ଷ ଭେନୁ ପାଇଁ ଅନୁରୋଧ କରିଛୁ: ଭୂପତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ୧୪ରୁ୧୫ ତାରିଖ ପର୍ଯ୍ୟନ୍ତ ଇସ୍ଲାମବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଦଳ ଏବଂ ଆଇଟା (ସର୍ବଭାରତୀୟ ଟେନିସ୍ ସଙ୍ଘ) ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଗତକାଲି ଆଇଟା ମହାପ୍ରବନ୍ଧକ ହିରନ୍ମୟ ଚାଟାର୍ଜୀ ଆଇଟିଏଫ୍କୁ (ଅନ୍ତର୍ଜାତୀୟ ଟେନିସ୍ ମହାସଙ୍ଘ) ପୁନଃ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଅନୁରୋଧ କରିଥିଲା । ଅନ୍ୟ ପଟରେ ଭାରତୀୟ ଦଳ ନନ୍ ପ୍ଲେଇଂ ଅଧିନାୟକ ମହେଶ ଭୂପତି ନିରପେକ୍ଷ ଭେନୁ ପାଇଁ ଆବେଦନ କରିବାକୁ ଆଇଟାକୁ ଅନୁରୋଧ କରିଛନ୍ତି ।
ଭୂପତି କହିଛନ୍ତି, ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ନିରପେକ୍ଷ ଭେନୁରେ ଖେଳିବାକୁ ଚାହୁଁଛୁ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମେ ଚିନ୍ତିତ ରହିଛୁ । ସେଥିପାଇଁ ଆଇଟାକୁ ନିରପେକ୍ଷ ଭେନୁ ପାଇଁ ଆବେଦନ କରିବାକୁ ଅନୁରୋଧ କରିଛୁ ।’ ସେହିପରି ଅନ୍ୟ ଜଣେ ଖେଳାଳି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଆଇଟା ଯେଉଁଭଳି ଭାବେ କାର୍ଯ୍ୟ କରୁଛି ତାହା ଚକିତ କରିଛି । କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିଯାଇଛି । ଆମେ ପାକ୍ ଗସ୍ତ କରିବା ବିପଦଜନକ ରହିଛି । ଆଇଟା ଏନେଇ ଚିନ୍ତା କରିବା ଉଚିତ୍ ।’ ଅନ୍ୟପକ୍ଷରେ ଭାରତ ସରକାର ଆଇଟା ନିଷ୍ପତ୍ତି କିମ୍ବା ଭାରତୀୟ ଦଳର ପାକ୍ ଗସ୍ତରେ କୌଣସି ହସ୍ତକ୍ଷେପ କରିବେନି ବୋଲି ପୂର୍ବରୁ କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ସ୍ପଷ୍ଟ କରିସାରିଛନ୍ତି । ଏଭଳି ସ୍ଥଳେ ଆଇଟାର ନିଷ୍ପତ୍ତି କ’ଣ ହେବ ତାହା ଭାରତୀୟ ଦଳ ଖେଳାଳିମାନଙ୍କ ଚିନ୍ତା ବଢ଼ାଇ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons