କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ୱାନ୍ ଡେ ମ୍ୟାଚ୍ ପାଇଁ ବାରବାଟୀ ପ୍ରସ୍ତୁତ । ଆଉ ମାତ୍ର ଦିନକ ପରେ ମ୍ୟାଚ୍ ହେବାକୁ ଯାଉଥିବାରୁ ଷ୍ଟାଡିୟମର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିଚ୍ ଓ ଆଉଟ୍ ଫିଲ୍ଡକୁ ଦେଖି କ୍ରିକେଟ୍ ଏକ୍ସପର୍ଟଙ୍କ ମତ ହେଲା, ଇଣ୍ଡିଆ-ଇଣ୍ଡିଜ୍ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ । ଟ୍ଟ
୨୨ରେ ଇଣ୍ଡିଆ-ଇଣ୍ଡିଜ୍ ଟକ୍କର ପାଇଁ ବାରବାଟୀ ପ୍ରସ୍ତୁତ । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖୋଦ୍ ପୋଲିସ ଡିଜି ଅଭୟ । ଏଥି ସହ ପଡ଼ିଆ ଭିତରେ ତନ୍ନ ତନ୍ନ ଯାଂଚ କରିଛନ୍ତି ଡଗ୍ ସ୍କ୍ବାର୍ଡ଼ । ଶନିବାର ଉଭୟ ଟିମ୍ର ଖେଳାଳୀ ଅଭ୍ୟାସ୍ ପାଇଁ ବାରବାଟୀ ଯିବେ । ସକାଳ ୯ଟାରେ ଓ୍ବେଷ୍ଟଇଣ୍ଡିଜ୍ ଟିମ୍ ଓ ଦିନ ୨ଟାରେ ନେଟ୍ ପ୍ରାକ୍ଟିସ୍ ପାଇଁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେଣୁ ଏହା ପୂର୍ବରୁ ପଡ଼ିଆର ସୁରକ୍ଷା ଯାଂଚ କରାଯାଇଛି । ମ୍ୟାଚ୍ ଦିନ ଷ୍ଟାଡିୟମକୁ ଜଗିବେ ୮୦ ପ୍ଲାଟୁନ୍ ଫୋର୍ସ । ଖେଳାଳୀଙ୍କ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ପୋଲିସ ଡିଜି ।
ଯେହେତୁ ୨ବର୍ଷ ବ୍ୟବଧାନ ପରେ ବାରବାଟୀରେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ହେବାକୁ ଯାଉଛି, ତେଣୁ ପିଚ୍ ଏବଂ ଆଉଟ୍ଫିଲ୍ଡକୁ ନେଇ ଖୁବ୍ ଯତ୍ନବାନ ଅଛନ୍ତି ଆୟୋଜକ । ମ୍ୟାଚ୍ ଅମ୍ପାୟାର, ଚିଫ୍ କ୍ୟୁରେଟର ଏବଂ ବିସିସିଆଇ ଓ ଆଇସିସି ଅଧିକାରୀମାନେ ବାରବାଟୀ ପିଚ୍କୁ ପୁଣିଥରେ ନୀରିକ୍ଷଣ କରିଛନ୍ତି । ପିଚ୍ ଏବଂ ଆଉଟଫିଲ୍ଡ ଯେମିତି ଅକ୍ଷତ ଅବସ୍ଥାରେ ରହିବ, ସେଥିଲାଗି ପଡ଼ିଆ ଭିତରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଡେ ଆଣ୍ଡ ନାଇଟ୍ ମ୍ୟାଚ୍ ହେଉଥିବାରୁ ଡ୍ୟୁ ଫ୍ୟାକ୍ଟର ଏଡ଼ାଇବାକୁ ୨ଟି ସୁପର ସକର ଦ୍ବାରା ପଡ଼ିଆକୁ ଡ୍ରାଏ ରଖାଯିବ ବୋଲି କହିଛନ୍ତି କ୍ୟୁରେଟର ।
ଇଣ୍ଡିଆ-ଇଣ୍ଡିଜ୍ ଭିତରେ ଖେଳାଯାଉଥିବା ୩ ଶୃଙ୍ଖଳା ବିଶିଷ୍ଟ ଏହି ଓ୍ବାନ୍ ଡେ ସିରିଜ୍ରେ ପ୍ରଥମ ମ୍ୟାଚ୍ ଓ୍ବେଷ୍ଟଇଣ୍ଡିଜ୍ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଦମ୍ ଦେଖାଇଛି ବିରାଟ୍ ବାହିନୀ । ତେଣୁ ସିରିଜ୍ର ଶେଷ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ମାନେ ସୁପର ସଣ୍ଡେରେ ସୁପର ଫାଇଟ୍ ଦେଖିବାକୁ ମିଳିବ ।


Comments are closed, but trackbacks and pingbacks are open.