ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାସୁଦେବପାଲି ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ସୋନପୁର ମଝିପଡ଼ାର ଶଶୀକାନ୍ତ ବାଘ ଓ ସୃଜଦେବ ସିଂ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଦୁଇ ଜଣ ଯୁବକ ଗୋଟିଏ ବାଇକ ଯୋଗେ ବୌଦ୍ଧରୁ ମନମୁଣ୍ଡା ହୋଇ ସୋନପୁର ଯାଉଥିଲେ। ମନମୁଣ୍ଡା ସ୍ଥିତ ମଉଳି ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ପଂହଚି ଶବକୁ ଉଦ୍ଧାର କାରି ମନମୁଣ୍ଡା ମେଡ଼ିକାଲ ନେଇଥିଲା । ବର୍ତ୍ତମାନ ସେମାନଙ୍କୁ ଶବଗାରରେ ରଖାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
Comments are closed, but trackbacks and pingbacks are open.