
ଅନୁଗୁଳ: ଛେଣ୍ଡିପଦା ଥାନା ବାଗେଡିଆ-ପାତ୍ରପଡା ରାସ୍ତାର ଗଡମଣ୍ଡଳ ଛକ ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହେଲେ ସ୍କୁଟି ଚାଳକ। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ।
ସୂଚନାନୁଯାୟୀ, ଆଜି ପୂର୍ବାହ୍ଣରେ ଛେଣ୍ଡିପଦା ଥାନା ବାଗେଡିଆ-ପାତ୍ରପଡା ରାସ୍ତାର ଗଡମଣ୍ଡଳ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପାତ୍ରପଡା ତାଳମଣ୍ଡଳୀ ସାହିର ପ୍ରସନ୍ନ କୁମାର ସାହୁ (୪୪) ସ୍କୁଟିରେ ବଡି ବସ୍ତା ଧରି ବାଗେଡିଆ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଛି।


Comments are closed, but trackbacks and pingbacks are open.