ଭାରସାମ୍ୟ ହରାଇ ଘରେ ଭିତରେ ପଶିଗଲା କାର: ୪ ଆହତ

Get real time updates directly on you device, subscribe now.

ବାଲିଅନ୍ତା,(ବି.ବି.ନୁ୍ୟଜ୍): ଘର ଭିତରକୁ ପଶିଗଲା କାର୍ । କାର୍‌ରେ ଥିବା ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ। ବାଲିଅନ୍ତା ଥାନା ବୁଦ୍ଧିପଡା ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତ୍ରିରେ ଅଠାନ୍ତର ଗ୍ରାମର ୩ ଜଣ ଏକ କାର୍ ଭଡା କରି ମେଡିକାଲ୍‌ ଯାଉଥିଲେ । ଉତ୍ତରା-ବନମାଳିପୁର ରାସ୍ତା ବୁଦ୍ଧିପଡା ଛକରେ ଓଡି-୧୪-ଏଲ୍-୨୦୮୬ ନମ୍ବର କାରଟି ଭାରସାମ୍ୟ ହରାଇ ଏକ ଘରେ ପଶିଯାଇଥିଲା । ଉକ୍ତ ଘରେ ଜଣେ ବ୍ୟକ୍ତି ନିଜ ଟେଣ୍ଟ ହାଉସ୍ ଜିନିଷପତ୍ର ରଖିଥିଲେ । ଦୁର୍ଘଟଣାରେ ଘରଟି ଭାଙ୍ଗି ଯିବା ସହ କାର୍ ଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବାଳକାଟି ଫାଣ୍ଡି ଘଟଣା ସ୍ଥଳରେ ପହଁଞ୍ଚି ଡ୍ରାଇଭର୍ ସମେତ ୪ ଆହତ ମାନଙ୍କୁ ହସ୍ପିଟାଲ୍ ପଠାଇବା ସହ ଗାଡ଼ି ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons