ମାଲକାନଗିରି: ଭାରସାମ୍ୟ ହରାଇ ନଦୀକୁ ଖସିଲା କାର୍ । ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଅଛନ୍ତି। । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମରେ । ସୂଚନାଯୋଗ୍ୟ ଯେ, ମାଲକାନଗିରି ଜୟପୁର ୩୨୬ ନମ୍ୱର ଜାତୀୟ ରାଜପଥ ପାଙ୍ଗାମ ପୋଲ ତଳକୁ ଖସିପିଡ଼ିଲା କାର । ଏହା ଦେଖି ସ୍ଥାନୀୟ ଲୋକେ କାର୍ ମଧ୍ୟରେ ଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସମସ୍ତଙ୍କୁ ମାଥିଲି ମେଡିକାଲକୁ ପଠାଇଛନ୍ତି ସ୍ଥାନୀୟ ଲୋକେ । କାରଟି ଭୁବନେଶ୍ବରରୁ ମାଲକାନଗିରି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.