କେନ୍ଦୁଝର୧୬/୯: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି ପାସେଞ୍ଜର ବସ୍।ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
କାଞ୍ଜିପାଣି ଘାଟିରେ ପାସେଞ୍ଜର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କେନ୍ଦୁଝରରୁ କରଦାଙ୍ଗି ଗାଁକୁ ପାସେଞ୍ଜର ନେଇ ଯାଉଥିଲା ବସ୍। ଘାଟି ଓହ୍ଲାଇଲା ବେଳେ ବ୍ରେକ୍ ଫେଲ ହୋଇ ରାସ୍ତା କଡକୁ ବସଟି ଓଲଟି ପଡିଥିଲା।
Comments are closed, but trackbacks and pingbacks are open.