ନବରଙ୍ଗପୁର : ନବରଙ୍ଗପୁର ସହରର ଜାମାଲ କଲୋନୀ ବାସିନ୍ଦା ଗତ୧୫ ଦିନ ଧରି ଭାଲୁକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । କଲୋନୀ ବାସିନ୍ଦା ସନ୍ଧ୍ୟା ୬ଟା ହୋଇଗଲେ ସମସ୍ତେ ଘରର କବାଟ ବନ୍ଦ କରି ଘରୁ ପଦାକୁ ବହାରିପାରୁନାହାନ୍ତି। ପ୍ରଥମେ ଗୋଟିଏ ଭାଲୁକୁ ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ତିନୋଟି ଭାଲୁ ଜାମାଲ କଲୋନୀର ଗଳିକନ୍ଦି ବୁଲୁଛନ୍ତି । ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଟ୍ୟୁସନ ମଧ୍ୟ ଯାଇପାରୁନାହାନ୍ତି ।
ଏନେଇ କଲୋନୀ ବାସିନ୍ଦା ବନ ବିଭାଗ ନିକଟରେ କହିବାପରେ ବନ ବିଭାଗ ୩ଟି ସ୍ଥାନରେ ଯନ୍ତା ପକାଇଥିଲେ ମଧ୍ୟ ଭାଲୁ ଗୁଡିକ ଯନ୍ତାରେ ପଡୁନାହାନ୍ତି ଯାହାକି କଲୋନୀ ବାସିନ୍ଦାଙ୍କ ଚିନ୍ତା ବଢ଼ାଇ ଦେଇଛି । ବନବିଭାଗ ତୁରନ୍ତ ଭାଲୁ ଗୁଡିକୁ ଧରିବାର ବ୍ୟବସ୍ଥା କରନ୍ତୁ ବୋଲି କଲୋନୀ ବାସିନ୍ଦା ନିବେଦନ କରିଛନ୍ତି।
Comments are closed, but trackbacks and pingbacks are open.