ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

Get real time updates directly on you device, subscribe now.

ଝରିଗାଁ,(ଗଗନ ଗନ୍ତାୟତଙ୍କଠାରୁ): ଭାଲୁ ଆକ୍ରମଣରେ ଝରିଗାଁ ଥାନା ଚଚା ପଞ୍ଚାୟତ ଗୋବାଗୁଡ଼ା ଜଙ୍ଗଲରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଆହତ ବୃଦ୍ଧ ହେଲେ ମନସାୟ ଜାନୀ(୫୫) । ମନସାୟଙ୍କୁ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଶନିବାର ସକାଳେ ଗୋବାଗୁଡ଼ା ଗାଁର ମନସାୟ କାଠ ସଂଗ୍ରହ କରିବା ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । କାଠ ସଂଗ୍ରହ ବେଳେ ହଠାତ୍ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ସେ ଚିକ୍ରାର କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଭାଲୁ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ । ଭାଲୁ ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଦ୍ଧାର ପରେ ମନସାୟଙ୍କୁ ୧୦୮ ଆମ୍ବୁଲାନ୍ସରେ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons