ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Get real time updates directly on you device, subscribe now.

କୋଷାଗୁମୁଡ଼ା,(ବି.ବି.ନୁ୍ୟଜ୍): ମୋତିଗାଁ ପଞ୍ଚାୟତ ଫାମ୍ପୁଣୀ ଗାଁରେ ସୋମବାର ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ଫାମ୍ପୁଣୀ ଗାଁର ଶୁବ ଜାନୀ(୩୫) । ତାଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଶୁବ ସକାଳ ପ୍ରାୟ ୭ଟାରେ ଗାଁ ନିକଟ ଜଙ୍ଗଲକୁ ଶୌଚ ଯାଇଥିଲେ । ଏହି ସମୟରେ ଏକ ଭାଲୁ ତାଙ୍କୁ ପଛପଟୁ ଆକ୍ରମଣ କରିବାକୁ ଆସୁଥିଲା । ଭାଲୁକୁ ଦେଖି ସେ ପ୍ରାଣ ବିକଳରେ ଦୌଡିଥିଲେ । ଦୌଡିବା ବେଳେ ଭାରସାମ୍ୟ ହରାଇ ପଡି ଯାଇଥିଲେ । ଭାଲୁଟି ତାଙ୍କ ନିକଟରେ ପହଞ୍ଚି ଆକ୍ରମଣ କରିଥିଲା । ଶୁବଙ୍କ ଚିକ୍ରାର ଶୁଣି ଗାଁ ଲୋକେ ଠେଙ୍ଗା ବାଡି ଧରି ଜଙ୍ଗଲରେ ପହଞ୍ଚି ଭାଲୁକୁ ଘଉଡାଇ ଥିଲେ । ତାଙ୍କ ଡାହାଣ ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପାଟ୍ରୋଲିଂରେ ଯାଇଥିବା କୋଷାଗୁମୁଡା ଫରେଷ୍ଟର ଉମେଶ୍ୱର ନାଇଡୁ, କୁସୁମୀ ବିଟ୍ ଫରେଷ୍ଟ ଗାର୍ଡ ଟଗରମଣୀ ସମରଥ ପ୍ରମୁଖ ଖବର ପାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶୁବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିି ବୁଝିଛନ୍ତି । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons