ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Get real time updates directly on you device, subscribe now.

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତର ଦଶହରାଭଟ୍ଟା ଗ୍ରାମ ପୋଖରୀ ନିକଟରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଲେ ସୁମିତ ଜାଲ(୨୫) । ସୁମିତ ଭୋର ପାଖାପାଖି ୫ଟା ସମୟରେ ଶୌଚ ପାଇଁ ଗାଁ ନିକଟ ପୋଖରୀକୁ ଯାଇଥିଲେ । ସେଠାରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁ ସୁମିତଙ୍କ ଜଙ୍ଘକୁ କାମୁଡ଼ି ଦେଇଥିଲା । ସୁମିତଙ୍କ ଚିକ୍ରାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ପାପଡାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons