ଭାଲୁ ଆକ୍ରମଣରେ ୫ ଆହତ

Get real time updates directly on you device, subscribe now.

ଠାକୁରମୁଣ୍ଡା,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ମହୁଲଡିହା ଥାନା ଅନ୍ତର୍ଗତ କୋଇଲିପାଳ ଗ୍ରାମରେ ଭାଲୁ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ୧୦୮ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳ ୮ଟା ବେଳକୁ କୋଇଲିପାଳ ଗ୍ରାମର ମଙ୍ଗୁଳୁ ସୁଣ୍ଡି ବିଲକୁ ଯାଉଥିବା ବେଳେ ବିଲ ନିକଟ ଜଙ୍ଗଲରୁ ଏକ ଭାଲୁ ହଠାତ୍ ବାହାରି ମଙ୍ଗୁଳୁଙ୍କୁ ଆକ୍ରମଣ କରିଥିଲ । । ପରେ ପରେ ସେହି ଭାଲୁ ଆକ୍ରମଣରେ ମଙ୍ଗୁଳୁଙ୍କ ସହ ଥିବା ଗୋରା ପୂର୍ତ୍ତି,ଜଗବନ୍ଧୁ ପୂର୍ତ୍ତ୍ି,ସାନିଗ ପୂର୍ତ୍ତି ଓ ପାତର ପୂର୍ତ୍ତି ଗୁରୁତର ଆହତ ହୋଇଥିଲେ । ବିଲକୁ ଯାଉଥିବା ଏହି ଲୋକଙ୍କ ହାତରେ ଠେଙ୍ଗାଟିଏ ମଧ୍ୟ ନଥିଲା । ବିନା ଅସ୍ତ୍ରରେ ୫ଜଣ ଯାକ ଭାଲୁ ସହ ମୁହାଁମୁହିଁ ହୋଇଥିଲେ । ସାହସର ସହ ସେମାନେ ଭାଲୁ ସହ ଏକପ୍ରକାର ଖଣ୍ଡଯୁଦ୍ଧ କରିଥିଲେ । ସେମାନେ ତା’ର ହାତକୁ ଧରିଲେ ଭାଲୁ କାମୁଡ଼ି ପକାଉଥିଲା । ଜଣଙ୍କୁ ଛାଡି ଦେଲେ ଅନ୍ୟଜଣଙ୍କୁ ଆକ୍ରମଣ କରୁଥିଲା । ଭାଲୁର ଏପରି କାମୁଡ଼ା ରାମ୍ପୁଡ଼ାରେ ୫ଜଣ ଯାକ ଲହୁଲୁହାଣ ହୋଇଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons