ଜୟପୁର: ଭାଲୁ କାମୁଡାରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ବାରିଣିପୁଟ ପଞ୍ଚାୟତର ପାହାଡ ଉପର ଗାଁ ଲାଠିଗୁଡାର ବିଭି କନ୍ଦ । ଗୁରୁତର ଅବସ୍ଥାରେ ଗାଁ ଲୋକେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ଗ୍ରାମବାସୀଙ୍କ କହିବା ଅନୁସାରେ, ମଙ୍ଗଳବାର ବିଭି ଗାଈଚରାଇବାକୁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲା । ଗାଈ ଚରାଉଥିବା ବେଳେ ଅପରାହ୍ନ ୪ଟାରେ ଏକ ଭାଲୁ ଆକ୍ରମଣ କରିଥିଲା । ସେ ପାଟି କରିବାରୁ ଗାଁ ଲୋକେ ଆସି ଭାଲୁକୁ ଘଉଡାଇଥିଲେ । ସେତେବେଳକୁ ଭାଲୁଟି ତାଙ୍କର ଗୋଟିଏ କାନକୁ କାମୁଡିଦେବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି କରିସାରିଥିଲା । ପରେ ବିଭିଙ୍କୁ ପାହାଡିଆ ରାସ୍ତାରେ ୨ କିଲୋମିଟର ଷ୍ଟେ୍ରଚରରେ ବୋହିକରି ଅଣାଯାଇଥିଲା । ପିଚୁରାସ୍ତାକୁ ଆସିବା ପରେ ଅଟୋରେ ମେଡିକାଲ ନିଆଯାଇଥିଲା ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.