
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ବନ ବିଭାଗ ବୁଧବାର ପିତାରୀଗୁଡା ଗାଁ ନିକଟ ଏକ ଜମିରୁ ଭାଲୁ ଛୁଆ ଉଦ୍ଧାର କରିଛି । ଭାଲୁଟିର କାନ ପାଖରେ ଗଭୀର କ୍ଷତ ହୋଇଛି । ଆବଶ୍ୟକ ଚିକିତ୍ସା ପରେ ଏହାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ କହିଛନ୍ତି । ସୂଚନା ଅନୁସାରେ, ସକାଳ ପ୍ରାୟ ୧୦ ଟାରେ ଭାଲୁ ଛୁଆଟି ଅସୁରକ୍ଷିତ ଅବସ୍ଥାରେ ଜମି ପାଖରେ ପଡିଥିବା ଗ୍ରାମବାସୀ ଦେଖିଥିଲେ । ତୁରନ୍ତ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଛୁଆଟିର କାନରେ କୌଣସି କାରଣରୁ ମାଡ ବାଜି କ୍ଷତ ହୋଇଥିଲା । କ୍ଷତ ସ୍ଥାନଟି ପଚି ମଧ୍ୟ ଯାଇଥିଲା । ଏହି ଛୁଆଟିକୁ ନେବାକୁ ମାଆ ଭାଲୁ ଓ ଅନ୍ୟ ତିନୋଟି ଛୁଆ ଆସିଥିଲେ । କିନ୍ତୁ ଏହି ପିଲାଟି ଯାଇପାରି ନଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭାଲୁଟିକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଇଥିଲେ । ଉଦ୍ଧାର କାର୍ଯ୍ୟରେ ବିଭାଗୀୟ କର୍ମଚାରୀ ରମାକାନ୍ତ ସାହୁ, ମଧୁସ୍ମିତା ତ୍ରିପାଠୀ, ଅନିତା ହିଆଲ, ସୁବ୍ରତ ବୋବାଲି, ଉମାଶଙ୍କର ନାୟକ, ପ୍ରକାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.