ବିସ୍କେକ୍: ଏସ୍ସିଓ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ କଡା ସମାଲୋଚନା କରୁଥିଲା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସେହି ସମୟରେ କ’ଣ କରୁଥିଲେ ତାହାର ଚିତ୍ର ସାମ୍ନାକୁ ଆସିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେହି ସମୟରେ ଇମ୍ରାନ ନିଜର ଭାଷଣ ଘୋଷୁଥିଲେ । କାଗଜରେ ଲେଖାଯାଇଥିବା କିଛି ଭାଷଣକୁ ସେ ପଢ଼ୁଥିବା ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ ଭିଡିଓରେ ଦେଖିବାକୁ ମିଳିଛି । କାରଣ ମୋଦିଙ୍କ ଭାଷଣ ଶେଷ ହେବା ପରେ ଇମ୍ରାନ ତାଙ୍କ ଭାଷଣ ଦେବାର ଥିଲା । ସେଥିପାଇଁ ସେ ପ୍ରସ୍ତୁତି କରୁଥିଲେ । ମୋଦି ଓ ଇମ୍ରାନ ବିସ୍କେକରେ ପହଞ୍ôଚବା ପରେ ଅଧିକାଂଶ ଗଣମାଧ୍ୟମରେ ନଜର ଏହି ଦୁଇନେତାଙ୍କ ଉପରେ ରହିଥିଲା । ତେଣୁ ଉଭୟଙ୍କ ପ୍ରତିଟି କାର୍ଯ୍ୟକଳାପକୁ ସେମାନେ ନଜର ରଖିଥିଲେ ଓ ତାହାର ଖବର ମଧ୍ୟ ପ୍ରସାରଣ କରୁଥିଲେ । କିନ୍ତୁ ବୈଠକରେ ଉଭୟ ନେତା ଏକାଠି ହୋଇଥିଲେ ମଧ୍ୟ ସେମାନଙ୍କ ଭିତରେ କୌଣସି ଆଲୋଚନା ହୋଇନଥିଲା । ଆଲୋଚନା ତ ଦୂରର କଥା ଏପରିକି ଦୁଇନେତା କେହି କାହାକୁ ଚାହିଁନଥିଲେ କିମ୍ବା ଶୁଭେଚ୍ଛା ମଧ୍ୟ ଜଣାଇନଥିଲେ ।
Comments are closed, but trackbacks and pingbacks are open.