ଭାସିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର

Get real time updates directly on you device, subscribe now.

ରାଉରକେଲା: ଗାଧୋଇବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ଆଜି ଏପରି ଦୁଃଖଦ ଘଟଣା ରାଉରକେଲାରେ ଘଟିଛି। ବ୍ରାହ୍ମଣୀ ନଦୀ ଉପରେ ଥିବା ତରକେରା ଡ୍ୟାମରେ ଗାଧୋଇବା ବେଳେ ଉଦିତନଗର ହାଇସ୍କୁଲ ଛାତ୍ର ଅଷ୍ଟମ ଶ୍ରେଣୀ ଛାତ୍ର ଆଶିଷ ବଡାଇକ ନିଖୋଜ ହୋଇଛନ୍ତି।
ଆଜି ପୂର୍ବାହ୍ନରେ ଆଶିଷ ବଡାଇକ ଓ ତାଙ୍କର ୩ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିଲା। ଗାଧୋଇବା ବେଳେ ପାଣି ସୁଅରେ ୪ ସାଙ୍ଗ ଭାସି ଯାଇଥିଲେ। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଶିଷଙ୍କ ପତ୍ତା ମିଳୁନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ରଘୁନାଥପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗି ରହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons