ନବରଙ୍ଗପୁର, (ବି.ବି.ନୁ୍ୟଜ୍): ଭାସ୍କେଲ ନଦୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତୁ୍ୟ ହୋଇଛି । ସେମାନେ ହେଲେ କୋଷାଗୁମୁଡା ବ୍ଲକ ରୁନିଗୁଡାର ସମୁଦୁ ପୂଜାରୀଙ୍କ ଝିଅ ହେମବତୀ ପୂଜାରୀ (୭) ଓ ଦଇମତୀ ପୂଜାରୀ(୬) । ମଙ୍ଗଳବାର ଉଭୟ ଭାସ୍କେଲ ନଦୀ କୂଳରେ ଥିବା ଆଖୁବାଡକୁ ବୁଲିବାକୁ ଯାଇଥିଲେ । ଫେରିବା ସମୟରେ ନଦୀରେ ଗାେ%ାଉଥିବା ବେଳେ ବୁଡି ଯାଇଥିଲେ । ମଙ୍ଗଳବାରଠାରୁ ଉଭୟ ନିଖୋଜ ଥିଲେ । ପରିବାର ଲୋକଙ୍କ ସହ ଗ୍ରାମବାସୀ ଆଖୁବାଡରେ ଖୋଜାଖୋଜି କରିବା ପରେ ଭାସ୍କେଲ କୂଳର ଏକ ପଥର ଉପରେ ସେମାନଙ୍କ ପୋଷାକ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ସେମାନେ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । କର୍ମଚାରୀମାନେ ପହଞ୍ଚି ନଦୀରୁ ସେମାନଙ୍କ ଶବ ଉଦ୍ଧାର କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ଏ ସଂପର୍କରେ ତଦନ୍ତ ଚାଲିଥିବା କୋଷାଗୁମୁଡା ପୁଲିସ କହିଛି । ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.