ଭିଏଲଡବ୍ଲୁଙ୍କୁ ମାଡ ମାରି ଗାଡି ଲୁଟିନେଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ପଂଚାୟତକୁ ଭି ଏଲଡବ୍ଲୁ କାଶୀନାଥ ତିଆଡ଼ି ଆଜି ଯାଉଥିବାବେଳେ ତାଙ୍କ ମଟରସାଇକଲ ଲୁଟ ହୋଇଛି । ଲୁଟେରାମାନେ କାଶୀନାଥଙ୍କୁ ନିସ୍ତୁକ ମାଡ ମାରି ଗୁରୁତର ଆହତ ମଧ୍ୟ କରିଛନ୍ତି । ଦି ୧୦ଟା ବେଳେ େହି ଘଟଣା ଘଟିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ପଞ୍ଚାୟତକୁ ଯିବା ରାସ୍ତାର ଏକ ପୋଲ ନିକଟରେ ଅନ୍ୟ ଏକ ବାଇକରେ ତିନିଜଣ ଆସି ଭି ଏଲଡବ୍ଲୁ ଙ୍କ ଗାଡିକୁ ଅଟକାଇଥିଲେ ।ସେ ଅଟକିବା ମାତ୍ରେ ତାଙ୍କୁ ନିସ୍ତୁକ ମାଡ଼ମାରି ସେ ଧରିଥିବା ହଣ୍ଡା ଡ୍ରିମ ଯୁଗ ଗାଡି (ନଂ- 0D07 F-3948) କୁ ଛଡାଇ ନେଇଥିଲେ । ଅରଖ ପୁର ଗାଁ ଲୋକେ ଗୁରୁତର ଅବସ୍ଥାରେ ଭିଏଲଡବ୍ଲୁଙ୍କୁ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons