ବଇଣ୍ଡା, (ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିÂ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଓ ଅନୁଗୁଳ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଇଂ.ବସ୍ତିଆଙ୍କ ପୈତୃକ ଘର ନିଆଳି, ବଇଣ୍ଡାସ୍ଥିତ ସରକାରୀ ବାସଭବନ ସମେତ ମୋଟ୍ ୪ଟି ସ୍ଥାନରେ ଚଢ଼ଉ କରିଛି । ଚଢ଼ଉ ବେଳେ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ଜବତ କରିବା ସହ ତାଙ୍କୁ ଗିରଫ କରା ଯାଇଥିବା ଜଣାପଡ଼ିଛି ।
କଟକ ଭିଜିଲାନ୍ସ ନିଦେ୍ର୍ଧଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ନିଦେ୍ର୍ଧଶରେ ବୁଧବାର ସକାଳୁ କଟକ ଓ ଅନୁଗୁଳ ଭିଜିଲାନ୍ସର କର୍ମଚାରୀ ମିଳିତ ଚଢ଼ଉ କରିଥିଲେ । ଇଂ ବସ୍ତିଆଙ୍କ ପୈତୃକ ଗ୍ରାମ କଟକ ଜିଲ୍ଲା ନିଆଳି ଥାନା ଇଲାକା ସିଠାଳୋ ଗ୍ରାମରେ ଥିବା ୨ ମହଲା କୋଠା, ସେହି ଗ୍ରାମରେ ବଜାରରେ ଥିବା ୪ ମହଲା କୋଠା ଓ ସମ୍ପର୍କୀୟଙ୍କ ନାଁରେ ଥିବା ଘର ଏବଂ ଅନୁଗୁଳ ବଇଣ୍ଡା ବଡ଼ହୁଲାରେ ଥିବା ସରକାରୀ ବାସଭବନରେ ଚଢ଼ଉ କରାଯାଇଥିଲା । ବଇଣ୍ଡା ସରକାରୀ ବାସଭବନରୁ ନଗଦ ୮୧ ହଜାର ଟଙ୍କା ଓ ଅଫିସ୍ ଆଲମିରାରୁ ୩୮ ହଜାର ୫୦୦ ଟଙ୍କା ଜବତ କରିଥିଲା ।
ଭିଜିଲାନ୍ସ ବିଭାଗ ସୂଚନା ମୁତାବକ, ଇଂ.ବସ୍ତିଆଙ୍କ ଠାରୁ ୧ କୋଟି ୮୯ ଲକ୍ଷ ହଜାରେ ୬୬୧ ଟଙ୍କା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ନିଆଳିରେ ଥିବା ୪ ମହଲା କୋଠାର ମୂଲ୍ୟ ୮୯ ଲକ୍ଷ ୪୧ ହଜାର ୪୪୪ ଟଙ୍କା ହୋଇଥିବା ବେଳେ ଦୁଇ ମହଲା କୋଠାର ମୂଲ୍ୟ ୨୪ ଲକ୍ଷ ୫୭ ହଜାର ୨୩୦ ଟଙ୍କା ହେବ । ସେହିପରି ଓଲଟପୁର, ସିଲାଗାଁଓ, ବରଗଡ଼, ଖଣ୍ଡଗିରି, ଖୋର୍ଦ୍ଧା ଓ ପୁରୀରେ ଇଂ ବସ୍ତିଆଙ୍କ ନାମରେ ୭ଟି ପ୍ଲଟ ରହିଛି । ଯାହାର ମୂଲ୍ୟ ୨୧ ଲକ୍ଷ ୭୦ ହଜାର ୫୨୫ ଟଙ୍କା ହେବ । ଏହାବ୍ୟତୀତ ୮ ଲକ୍ଷ ଟଙ୍କାର ଏକ କାର୍, ଲକ୍ଷେ ୪୬ ହଜାର ଟଙ୍କାର ୨ଟି ବାଇକ୍, ବିଭିନ୍ନ ବ୍ୟାଙ୍କରେ ଇନ୍ସୁ୍ୟରାନ୍ସ ପଲିସି ଓ ସଞ୍ଚୟ ଟଙ୍କା ବାବଦକୁ ୨୩ ଲକ୍ଷ ୭୨ ହଜାର ୫୨୭ ଟଙ୍କା, ୧୪ ଲକ୍ଷ ୬୦ ହଜାର ଟଙ୍କାର ସୁନା ଓ ରୂପା ଗହଣା, ଲକ୍ଷେ ୭୭ ହଜାର ୨୦୫ ଟଙ୍କାର ନଗଦ ଟଙ୍କା ଓ ୩ ଲକ୍ଷ ୭୬ ହଜାର ୭୩୦ ଟଙ୍କାର ଗୃହ ଉପକରଣ ଜବତ କରାଯାଇଥିବା ସୂଚନା ମିଳିଛି ।
ଜଗତସିଂହପୁର ଭିଜିଲାନ୍ସ ଡିଏସ୍ପି ଏସ୍.ଏନ୍. ରାୟଗୁରୁ, ଇନ୍ସପେକ୍ଟର ହେମନ୍ତ କୁମାର ମହାନ୍ତି, ଅନୁପମା ସାହୁ ଓ ଏମ୍. କଅଁରଙ୍କ ସମେତ ଏକ ୮ଜଣିଆ ଟିମ୍ ଚଢ଼ଉରେ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.