ବୋରିଗୁମ୍ମା: ବୋରିଗୁମ୍ମା ବନାଞ୍ଚଳ ଅଧୀନ ଧଉଡ଼ାପଲା ଗାଁରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଓ ପୁଲିସ୍ର ମିଳିତ ଚଢଉ ହୋଇଛି । ଚଢଉ ବେଳେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କରାଯାଇଛି । ଏହି ମାମଲାରେ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଜବତ କାଠରେ ଶାଳ, ଟିକ ଓ ଶାଗୁଆନ୍ ଆଦି ୧୦୪ ସିଏଫ୍ଟି ରହିଥିବା ଜଣାପଡିଛି । ଦୁଇ ଅଭିଯୁକ୍ତ ହେଲେ ଗାଁର ଦାଶ ହରିଜନ ଓ ସମ୍ବାରୁ ହରିଜନ । ଜବତ କାଠର ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ କହିଛି ।
ସୂଚନା ଅନୁସାରେ, ଦାଶ ହରିଜନଠାରୁ ୧ ଲକ୍ଷ ୫୦ ହଜାର ଟଙ୍କାର କାଠ ଜବତ ହୋଇଛି । ସମ୍ବାରୁଠାରୁ ୧ ଲକ୍ଷ ୧୦ ହଜାର ଟଙ୍କାର କାଠ ମିଳିଛି । ଜବତ କାଠକୁ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ମାପଚୁପ କରାଯାଇଛି । ବୋରିଗୁମ୍ମା ବନ ବିଭାଗ କାର୍ଯ୍ୟାଳୟରେ କାଠଗୁଡିକୁ ରଖାଯାଇଛି । ବନାଞ୍ଚଳ ଅଧିକାରୀ ଦିଲ୍ଲୀପ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବିଶ୍ୱସ୍ତ ସୂତ୍ରରୁ ଖବରପ ।ଇ ଭିଜିଲାନ୍ସ ଡିଏସ୍ପି ଏସ୍.ଏନ୍. ପାଣିଗ୍ରାହୀ, ଏସିଏଫ୍ଓ ସୁବାସ ଚନ୍ଦ୍ର ଖୁଣ୍ଟିଆ, ପ୍ରଭୁଦତ୍ତ ମିଶ୍ର, ବୋରିଗୁମା ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ, କୋଟପାଡ ବନାଞ୍ଚଳ ଅଧିକାରୀ ଲିଶ୍ମିତା କର ପ୍ରମୁଖଙ୍କ ନେତୃତ୍ୱରେ ଏକ ଟିମ୍ ଗାଁର ଦୁଇଟି ସ୍ଥାନରେ ଚଢଉ କରିଥିଲା । ଚଢଉ ଖବର ପାଇ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ କହିଛନ୍ତି ।
ରିପୋର୍ଟ ମାନସ ରଥଙ୍କଠାରୁ
Comments are closed, but trackbacks and pingbacks are open.