ଭିଜିଲାନ୍ସ ଜାଲରେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ଉଦ୍ୟାନ ଓ କୃଷି ବିଭାଗ ନିଦେ୍ର୍ଧଶକ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଗିରଫ ପରେ ଭିଜିଲାନ୍ସର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଏହି କ୍ରମରେ ଆଜି ଅପରାହ୍ନରେ ଭିଜିଲାନ୍ସର ୨ ଟି ଟିମ୍ ସୋର କମରପୁର ଅଞ୍ଚଳର ଥିବା ବାସଭବନ ଓ ମୁଳିସିଂର ସମ୍ପର୍କୀୟ ସନ୍ତୋଷ ପଟ୍ଟନାୟକଙ୍କ ଘରେ ଚଢ଼ଉ କରିଥିଲେ । ତେବେ ବାହାନଗା ବ୍ଲକ ସାଉଡୁ ପଞ୍ଚାୟତ ଅନ୍ତର୍ଗତ କୋଚିଆକୋଇଲିରେ ଥିବା ପୈତୃକ ଘରେ ଚଢ଼ଉ ହୋଇନଥିବା ଭିଜିଲାନ୍ସ ଏସ୍ପି ନିର୍ମଳ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।
ଶ୍ରୀ ଉପାଧ୍ୟାୟ ଗିରଫ ହେବା ପରେ ବାଲେଶ୍ୱର ଭିଜିଲାନ୍ସ ଥାନାର ଡିଏସ୍ପି ସନ୍ତୋଷ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ୨ଟି ଟିମ୍ ପୃଥକ ଭାବେ ଦୁଇଟି ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲେ । ପ୍ରତି ଟିମ୍ରେ ୬ ଜଣ ଲେଖାଏଁ ଭିଜିଲାନ୍ସ କର୍ମଚାରି ଥିଲେ । ରିପୋର୍ଟ ଲେଖା ହେବା ସୁଦ୍ଧା ଚଢ଼ଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତିର ଚୂଡ଼ାନ୍ତ ରିପୋର୍ଟ ଆସିନି । ହଲେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଟିମ୍ ହାତରେ ଲାଗିଥିବା ଭିଜିଲାନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons