ଭିଜିଲାନ୍ସ ଜାଲରେ ଏସ୍ସିବି ଅଧୀକ୍ଷକଙ୍କ ଷ୍ଟେନୋ

Get real time updates directly on you device, subscribe now.

ଜଗତପୁର,(ବି.ବି.ନୁ୍ୟଜ୍): ଆୟବହିର୍ଭୁତ ସମ୍ପତ୍ତି ଠୁଳ କରି ଫସିଛନ୍ତି ଏସ୍ସିବି ଡାକ୍ତରଖାନା ଅଧୀକ୍ଷକଙ୍କ ଷ୍ଟେନୋ । ବରିÂ(ସିନିୟର) ଷ୍ଟେନୋଗ୍ରାଫର ପ୍ରମୋଦ କୁମାର ବସନ୍ତରା କାର୍ଯ୍ୟରତ ଥିବା ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ବାଦାମବାଡ଼ିସ୍ଥିତ ପୁରୁଣା ଏଲ୍ଆଇସି କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସ, ଜଗତପୁର ନିକଟବର୍ତ୍ତୀ ଚମ୍ପତ୍ତିସ୍ଥିତ ୨ଟି କୋଠା, ଜଗତପୁର ନିମପୁରସ୍ଥିତ ୨ ମହାଲା ବିଶିଷ୍ଟ ଘର, ସିଡିଏସ୍ଥିତ ସମ୍ପର୍କୀୟଙ୍କ ଘର ଆଦି କେତେକ ସ୍ଥାନରେ ଏକ ସମୟରେ ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଡିଭିଜନ୍ର ୫ରୁ ଅଧିକ ଦଳ ଚଢ଼ଉ କରିଥିଲା । ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ର ଚଢ଼ଉ ଦେଖି ଷ୍ଟେନୋ ଶ୍ରୀ ବସନ୍ତରା ଏବଂ ତାଙ୍କ ସମ୍ପର୍କୀୟମାନେ କିଛି ବୁଝିପାରିନଥିଲେ । ସେହିପରି ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୁକ୍ତ ଶ୍ରୀ ବସନ୍ତରାଙ୍କ ପ୍ରକୋÂରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିବା ସମୟରେ ତଦନ୍ତକାରୀ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ସରକାରୀ କ୍ୱାର୍ଟର୍ସରୁ ବହୁ ଜମିଜମା କାଗଜପତ୍ର, ବିଭିନ୍ନ ବୀମା କମ୍ପାନୀର ବଣ୍ଡ, ବ୍ୟାଙ୍କ୍ ଆକାଉଣ୍ଟ୍, ନଗଦ ଟଙ୍କା, ବହୁ ସୁନାଗହଣା ଆଦି ବିପୁଳ ପରିମାଣର ସମ୍ପତ୍ତି ଭିଜିଲାନ୍ସ ଟିମ୍ ଠାବ କରିଥିବାର ସୂଚନା ମିଳିଛି । ଚଢ଼ଉ ଜାରି ରହିଥିବାରୁ ଷ୍ଟେନୋ ଶ୍ରୀ ବସନ୍ତରାଙ୍କର ଗଚ୍ଛିତ ଧନସମ୍ପତ୍ତିର ପରିମାଣ ବାବଦରେ ସଠିକ୍ ସୂଚନା ଦେଇପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons