କପ୍ତିପଦା(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଜାମବଣୀ ପଞ୍ଚାୟତ ବଡାମପଦା ଗ୍ରାମର ଜଣେ କୋଟିପତି ମାଳିଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ସେ ହେଲେ ବଡାମପଦା ଗ୍ରାମର ଉଦ୍ଧବ ବେହେରା । ଉଦ୍ଧବ ଉଦଳା ଉଦ୍ୟାନ ବିଭାଗରେ ମାଳି ଭାବେ କାର୍ଯ୍ୟ କରନ୍ତି । ତାଙ୍କର ଅଚଳାଚଳ ସମ୍ପତ୍ତିକୁ ନେଇ ପୂର୍ବରୁ ଭିଜିଲାନସ୍ ନିକଟରେ ଅଭିଯୋଗ ହୋଇଥିଲା । ଏହି କ୍ରମରେ ଆଜି ଭୋର୍ ୫ଟାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଉଦ୍ଧବଙ୍କ ବଡାମପଦାସ୍ଥିତ ବାସଭବନ, ଗ୍ରାମରେ ଥିବା ଫାର୍ମ ହାଉସ୍, ନୁଦଡିହାରେ ଥିବା ଶ୍ୱଶୁର ଘର ଓ ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଉପରେ ଏକ ସମୟରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଉଦ୍ଧବଙ୍କ ନିକଟରୁ ନଗଦ ୧ଲକ୍ଷ ୫୮ ହଜାର ଟଙ୍କା, ୨୧୩ ଗ୍ରାମ ସୁନାଗହଣା, ୭୨ଲକ୍ଷ ଊଦ୍ଧ୍ୱର୍ ଟଙ୍କାର ୩ ମହଲା ବିଶିଷ୍ଟ କୋଠାଘର, ୨ଲକ୍ଷ ୫୦ ହଜାରର ବ୍ୟାଙ୍କ ଡିପୋଜିଟ୍ ସମେତ ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତିକୁ ମିଶାଇ ମୋଟ୍ କୋଟିଏ ଟଙ୍କାରୁ ଊଦ୍ଧ୍ୱର୍ ସମ୍ପତ୍ତିର ହିସାବ ଭିଜିଲାନସ୍ ହାତରେ ଲାଗିଛି । ଚଢ଼ଉରେ ଭିଜିଲାନସ୍ ଡିଏସପି ସଂଜୟ କୁମାର ଦାସ ମହାପାତ୍ର, ସନ୍ତୋଷ କୁମାର ସାମନ୍ତସିଂହାର, ଡି.ସି. ମୁର୍ମୁ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.