ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଂସ୍କୃତି ଅଧିକାରୀ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ । ଶୁକ୍ରବାର ସକାଳେ ସଂସ୍କୃତି ଅଧିକାରୀ ଶ୍ରୀ ସ୍ୱାଇଁ ଢେଙ୍କାନାଳସ୍ଥିତ ଆର୍ଟ୍ ଆଣ୍ଡ୍ କ୍ରାଫ୍ଟ ପରିସରରେ ଥିବା କାର୍ଯ୍ୟାଳୟ, ଲୋକକଳା କାର୍ଯ୍ୟାଳୟ ଓ ତାଙ୍କ ରହିବା ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଏକ ଟିମ୍ ଚଢ଼ଉ କରିଥିଲା । ଭିଜିଲାନ୍ସ ଟିମ୍ ଢେଙ୍କାନାଳରୁ ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ୍ ପାସ୍ବୁକ୍ ଜବତ କରିଛି । ଅଧିକ ପଚରାଉଚୁରା ପାଇଁ ସଂସ୍କୃତି ଅଧିକାରୀଙ୍କୁ ଟିମ୍ ବ୍ରହ୍ମପୁର ନେଇଯାଇଛି ।
ସୂଚନା ଥାଉକି, ଶ୍ରୀ ସ୍ୱାଇଁ ୧୦ ବର୍ଷ ତଳେ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୫ ବର୍ଷରୁ ଅଧିକ ସମୟ ପଽବିରେ ରହିବା ପରେ ଅର୍ଥ କାରବାର ନେଇ ବିବାଽୀୟ ହୋଇଥିଲେ । ଏଠାରୁ ଛତ୍ରପୁର ବଽଳି ହୋଇଥିଲେ ମଧ୍ୟ ଢେଙ୍କାନାଳ ମୋହ ତୁଟି ନଥିଲା । ମାସକ ତଳେ ସେ ଛତ୍ରପୁରରୁ ପୁଣି ଢେଙ୍କାନାଳ ବଽଳି ହୋଇ ଆସିଥିଲେ । ପୁରୁଣା ନିୟୋଜନ କାର୍ଯ୍ୟାଳୟରେ ଗଢି ଉଠିଥିବା ଲୋକକଳା କାର୍ଯ୍ୟାଳୟରେ ସେ ଅବସ୍ଥାନ କରୁଥିଲେ । ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ମହିଷାପାଟ ସରସମେଳା ପଡିଆରେ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ମହୋତ୍ସବ ଚାଲୁ ରହିଛି । ଏହା ଭିତରେ ସଂସ୍କୃତି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣାକୁ ନେଇ ସଂସ୍କୃତି ପ୍ରେମୀ ଓ ଲୋକକଳା କଳାକାରଙ୍କ ମଧ୍ୟରେ ନାନାଳ ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons