ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫରେଷ୍ଟର, ୱାଚର

Get real time updates directly on you device, subscribe now.

ରଣପୁର,(ବି.ବି.ନୁ୍ୟଜ୍):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଦର୍ପନାରାୟଣପୁରରେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ ପାଇଁ ଅନୁମତି ଦେବା ନିମନ୍ତେ ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଜଣେ ଫରେଷ୍ଟର ଓ ଜଣେ ୱାଚରଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୫ ହଜାର ଟଙ୍କା ଜବତ କରାଯାଇଛି ।
ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ପଞ୍ଚରିଡ଼ାରେ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ ଜଙ୍ଗଲରୁ ଜାଳେଣି କାଠ ନେବା ପାଇଁ ଖତିଆ ଗ୍ରାମର କୁମର ମାଝିଙ୍କୁ ୫ ହଜାର ଟଙ୍କା ମାସିକିଆ ବଟି ମାଗିଥିଲେ । କୁମର ଏଥିରେ ଅସନ୍ତୋଷ ପ୍ରକାଶ କରି ଭୁବନେଶ୍ୱର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଫରେଷ୍ଟର ଶ୍ରୀ ଗୁରୁ ଓ ୱାଚର ଶ୍ରୀ ମଣ୍ଡଳ କୁମରଙ୍କଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଥିଲେ । ସେମାନଙ୍କଠାରୁ ନଗଦ ୫ ହଜାର ଟଙ୍କା ଜବତ ହୋଇଛି ।
ସୂଚନା ଅନୁସାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଫରେଷ୍ଟର ଆଲୋକ ଗୁରୁ ଓ ୱାଚର ଜିତୁ ମଣ୍ଡଳ ନିକଟସ୍ଥ ଜଗନ୍ନାଥ ପ୍ରସାଦରୁ କାଠ କାଟି ଆଣିବା ପାଇଁ ରଣପୁର ଥାନା ଖତିଆ ଗ୍ରାମର କୁମାର ମାଝିଙ୍କୁ ମାସିକିକୁ ୫ ହଜାର ଟଙ୍କା ବଟି ଦେବାକୁ କହିଥିଲେ । ତେବେ ମାସିକ ୫ ହଜାର ଟଙ୍କା ନ ଦେବା ପାଇଁ କୁମାର ଅମଙ୍ଗ ହେବାରୁ
ଉଭୟ ବନ କର୍ମଚାରୀ କୁମରଙ୍କୁ ଜାଳେଣି କାଠ ସଂଗ୍ରହରେ ବାଧା ସୃଷ୍ଟି କରିଥିଲେ । ତେଣୁ ବାଧ୍ୟ ହୋଇ କୁମର ମାସିକ ୫ ହଜାର ଟଙ୍କା ଲେଖାଏଁ ବଟି ଦେବା ପାଇଁ ରାଜି ହୋଇଥିଲେ । ପରେ କୁମର ଏହି ଘଟଣାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଭିଜିଲାନ୍ସ ଅଧିକାରୀମାନଙ୍କ ପରାମର୍ଶ ଅନୁସାରେ ଆଜି କୁମର ଫରେଷ୍ଟର ଶ୍ରୀ ଗୁରୁ ଓ ୱାଚର ଶ୍ରୀ ମଣ୍ଡଳଙ୍କୁ ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଅଧିକାରୀମାନେ ଉଭୟ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ । ଗିରଫ ହୋଇଥିବା ଫରେଷ୍ଟର ନୟାଗଡ ଜିଲ୍ଲା ଫତେଗଡ ଥାନା ଉଦୟପୁରର ବୋଲି ଜଣା ପଡିଛି । ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍ପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ ୮ ଜଣ ଅଧିକାରୀ ସାମିଲ ଥିଲେ । ଏହା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ବହୁ ତଥ୍ୟର ଗୁମର ଫିଟିବ । ଗଛ ଲଗାଇବା ଏବଂ ସାରକିଣାରେ ହେର ଫେର ହୋଇଥିବା ଅଭିଯୋଗ ହୋଇଥିବା ଜଣାଯାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons