ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ରାସ୍ତା କାମ ବିଲ୍ ପାସ୍ କରାଇଦେବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଧରାପଡ଼ିଛନ୍ତି ସହକାରୀ ଯନ୍ତ୍ରୀ । ବୁଧବାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସଂପୃକ୍ତ ଯନ୍ତ୍ରୀ ଜଣକ ହେଲେ ସୋର ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଇଂ. ବାସୁଦେବ ପ୍ରସାଦ ସାହୁ(୫୧) । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।
ଘଟଣାରୁ ପ୍ରକାଶ, ସୋରରୁ ଚଡ଼କମରା ଯାଏ ୧ କୋଟି ଟଙ୍କାର ରାସ୍ତା କାମ ଠିକାଦାର ପ୍ରଫୁଲ୍ଲ ମହାପାତ୍ର କରୁଥିଲେ । ତାଙ୍କ ସହଯୋଗୀ ସୋର ଥାନା କମରପୁର ଗ୍ରାମର ସନ୍ତୋଷ ନାୟକ ଏହି କାମକୁ ବୁଝାବୁଝି କରୁଥିଲେ । ଉକ୍ତ ରାସ୍ତା କାମର ବିଲ୍ ପାସ୍ କରିବା ଲାଗି ସନ୍ତୋଷ ବାରମ୍ବାର ପୂର୍ତ୍ତ ବିଭାଗକୁ ଦୌଡୁଥିଲେ । ମାତ୍ର ବିଲ୍ କରିବାକୁ ଯନ୍ତ୍ରୀ ଶ୍ରୀ ସାହୁ ସନ୍ତୋଷଙ୍କୁ ୨ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ । ଏନେଇ ସନ୍ତୋଷ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
ପୂର୍ବାହ୍ନ ୧୧.୪୫ ମିନିଟ୍ରେ ଯନ୍ତ୍ରୀ ଶ୍ରୀସାହୁ ସନ୍ତୋଷଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଜନା ମୁତାବକ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଏନେଇ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟ କେସ ନଂ. ୬/୨୦୨୦ରେ ମାମଲା ରୁଜୁ କରାଯାଇ ଇଂ. ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ପରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀ ଶ୍ରୀ ସାହୁ କାର୍ଯ୍ୟ କରୁଥିବା ସୋର କାର୍ଯ୍ୟାଳୟ, ଭଦ୍ରକ ଗ୍ରାମ୍ୟାଞ୍ଚଳ ଥାନା ଅନ୍ତର୍ଗତ ପିଡବ୍ଲୁଡି କଲୋନୀରେ ଥିବା ଶ୍ରୀ ସାହୁଙ୍କ ସରକାରୀ ଭାସବଭନରେ ଚଢ଼ଉ କରିଥିଲା । ଖବର ଲେଖା ହେବା ବେଳକୁ ଚଢ଼ଉ ଜାରି ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons