କଳାହାଣ୍ଡି,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ଏଏସ୍ଆଇ । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡିର ଏଏସ୍ଆଇ ମଳୟ ରଣା ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳର ମହେଶ୍ୱର ସାଗର ନାମକ ବ୍ୟକ୍ତିଙ୍କ ଜବତ ଟ୍ରାକ୍ଟରକୁ ରିଲିଜ କରିବା ପାଇଁ ତାଙ୍କଠାରୁ ଗତକାଲ ି ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ମଳୟ । ଏହି ସମୟରେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ କାବୁ କରି ଗିରଫ କରିଥିଲା । ଅଧିକ ପଚରାଉଚୁରା ପାଇଁ ତାଙ୍କୁ ଭବାନିପାଟଣାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରୁ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି । ଭିଜିଲାନ୍ସ ଡିଏଢ଼ପି ସତ୍ୟବାନ ମହନନ୍ଦଙ୍କ ତତ୍ତ୍ୱାବଧାନରେ ଏହି ରେଡ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତକ ୬ ତାରିଖ ଦିନ ଥୁଆମୂଳ ରାମପୁର ଥାନାର ଜଣେ ଏଏସଆଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ ।
Comments are closed, but trackbacks and pingbacks are open.