ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର୍

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତହସିଲ୍ଦାର ଶ୍ରୀ ନାୟକ ତହିସଲ୍ ଅଫିସରୁ କାମ ସାରି ପଟିଆସ୍ଥିତ ଘରକୁ ଫେରିବା ବାଟରେ ଭିଜିଲାନ୍ସ ହାବୁଡେ ପଡିଥିଲେ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପକେଟରୁ ୧ଲକ୍ଷ ୭ହଜାର ଟଙ୍କା ଜବତ କରିଥିଲେ । ତେବେ ଏତେ ଟଙ୍କା କେଉଁଠୁ ଆଣିଲେ ତାର ଉପଯୁକ୍ତ ପ୍ରମାଣ ଦେଇନପାରିବାରୁ ତହସିଲଦାର ଶ୍ରୀ ନାୟକଙ୍କୁ ଭିଜିଲାନ୍ସ ଅଟକ ରଖି ପଚରାଉଚରା କରୁଛି । ଏନେଇ ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ତାଙ୍କ ବିରୋଧରେ ଏକ ଆୟବର୍ହିଭୁତ ମାମଲା ରୁଜୁ କରାଯାଇଥିବାର ସୂଚନା ମିଳିଛି । ତହସିଲଦାରଙ୍କ ସମ୍ପତ୍ତି ଠାବ ପାଇଁ ଭିଜିଲାନ୍ସର ପ୍ରାୟ ୪ଟି ଟିମ୍ ଆଜି ବାରଙ୍ଗ ତହସିଲ୍ କାର୍ଯ୍ୟାଳୟ ସମେତ ଶ୍ରୀ ନାୟକଙ୍କ ବ୍ୟକ୍ତିଗତ ପ୍ରକୋÂ, ପଟିଆସ୍ଥିତ କାଲଭିକ୍ ଆପାର୍ଟମେଣ୍ଟରେ ଥିବା ଘର, ଢେଙ୍କାନାଳ ଜିଲ୍ଲା ଗଦିଁଆ ଥାନା ଗୋପାଳପୁରସ୍ଥିତ ପୈତୃକ ଘରେ ଚଢ଼ଉ ଜାରି ରଖିଥିବାର ଖବର ମିଳିଛି ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ପ୍ରାୟ ୪ ମାସ ତଳେ ବାରଙ୍ଗ ତହସିଲଦାର ଭାବେ ଯୋଗଦେଇଥିବା ବିଚିତ୍ରାନନ୍ଦ ନାୟକଙ୍କ କାର୍ଯ୍ୟଶୈଳୀ ବିବାଦୀୟ ଥିଲା । ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଥିଲା । ଏନେଇ ଗତ କିଛି ଦିନ ହେଲା ସେ ଭିଜିଲାନ୍ସ ସ୍କାନରରେ ରହିଆସୁଥିଲେ । ତହସିଲ୍ ଅଫିସରେ ବିଭିନ୍ନ କାମ ବାବଦରେ ଆଜି ସେ କିଛି ଲୋକଙ୍କଠୁ ଲକ୍ଷାଧିକ ଟଙ୍କାର ଲାଞ୍ଚ ନେଇଥିବା କଟକ ଭିଜିଲାନ୍ସ ଟିମ୍ ଖବର ପାଇଥିଲା । ଠୋସ ତଥ୍ୟ ପାଇଲା ପରେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଅଫିସ୍ ଗାଡ଼ିରେ ତହସିଲଦାର ଶ୍ରୀ ନାୟକଙ୍କୁ ଡ୍ରାଇଭର ନେଇ ପଟିଆସ୍ଥିତ ଘର ଅଭିମୁଖେ ଯିବା ବାଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ପିଛା କରିଥିଲା । ସ୍ଥାନୀୟ ରଘୁନାଥପୁର ମଣି ତ୍ରିଭୁବନ ଆପାର୍ଟମେଣ୍ଟ୍ ନିକଟରେ ତହସିଲ୍ଦାରଙ୍କ ଗାଡ଼ିକୁ ଅଟକାଇବାରେ ଭିଜିଲାନ୍ସ ସକ୍ଷମ ହୋଇଥିଲେ । ଗାଡ଼ି ଅଟକାଇବାରୁ ପ୍ରଥମେ ତହସିଲ୍ ଡ୍ରାଇଭରଙ୍କ ସହ ଭିଜିଲାନ୍ସ ଟିମ୍ର ତର୍କ ହୋଇଥିଲା । ମାତ୍ର ଭିଜିଲାନ୍ସ ଟିମ୍ ବୋଲି ସେ ଜାଣିବା ପରେ ତହସିଲଦାର ଡ୍ରାଇଭର ଚୁପ୍ ହୋଇଯାଇଥିଲା । ତଦନ୍ତକାରୀ ଦଳ ତହସିଲ୍ଦାରଙ୍କୁ ଗାଡ଼ିରୁ ଓହ୍ଲାଇ ସର୍ଚ୍ଚ କରିବାରୁ ତାଙ୍କ ପକେଟ୍ରୁ ନଗଦ ୧ ଲକ୍ଷ ୭ ହଜାର ଟଙ୍କା ମିଳିଥିଲା । ଉକ୍ତ ଟଙ୍କାତକ ସେ କେଉଁଠୁ ଆଣିଲେ ତାର ହିସାବ ଶ୍ରୀ ନାୟକ ଦେଇନପାରିବାରୁ ତଦନ୍ତକାରୀ ଦଳ ତାଙ୍କୁ ଅଧିକ ଜେରା ପାଇଁ କଟକ ଭିଜିଲାନ୍ସ ଡିଭିଜନ୍କୁ ଆଣି ପଚାରଉଚରା ଚଳାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବାରଙ୍ଗ ତହସିଲ୍ ଇଲାକାରେ ଥିବା ବାଲିଘାଟ ନିଲାମ ହେଉ ଅବା ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ କାରବାର ହେଉଥିବା ମାଳମାଳ ଅଭିଯୋଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଭିଜିଲାନ୍ସରେ ବିଭିନ୍ନ ସମୟରେ ହେଉଥିଲା । ଏହାପୂର୍ବରୁ ବାରଙ୍ଗର ଆଉ ଜଣେ ପୂର୍ବତନ ତତହସିଲ୍ଦାର ମଧ୍ୟ ଭିଜିଲାନ୍ସରେ ଫସିଥିବାର ନଜିର୍ ରହିଛି । ସେହିପରି ନିକଟ ଅତୀତରେ ବାରଙ୍ଗର ସବ୍-ରେଜିଷ୍ଟ୍ରାର ମଧ୍ୟ ଭିଜିଲାନ୍ସରେ ଜାଲରେ ଫସିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons