ଭିଜିଲାନ୍ସ ଜାଲରେ ବୀରମହାରାଜପୁର ଆରଆଇ

Get real time updates directly on you device, subscribe now.

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର‌୍ୟାଳୟରେ କାର‌୍ୟରତ ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ଜିଲ୍ଲା ଭିଜିଲାନସ୍ ହାତରେ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ଅନ୍ତର୍ଗତ ସଂଗ୍ରାମପୁର ଗାଁର ପ୍ରଦୀପ ପ୍ରଧାନଙ୍କ ପାଖରୁ ଅଢେଇ ହଜାର ଟଂକା ଲାଂଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଦୀପ ନିଜ ଜମି ଡିମାରକେସନ ବା ଜମି ଚିହ୍ନଟ ପାଇଁ ତହସିଲ କାର‌୍ୟାଳୟରେ ଆବେଦନ କରିଥିଲେ । ଏହି ଡିମାରକେସନ ପାଇଁ ରାଜସ୍ବ ନିରୀକ୍ଷକ ପ୍ରଦୀପଙ୍କୁ ପାଂଚ ହଜାର ଟଂକା ଦାବି କରିଥିଲେ । ପ୍ରଦୀପ ଅଢେଇ ହଜାର ଟଂକା ଦେବେ କହି ଜିଲ୍ଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରଦୀପ ତହସିଲ କାର‌୍ୟାଳୟକୁ ଯାଇ ରାଜସ୍ବ ନିରୀକ୍ଷକଙ୍କୁ ଡିମାରକେସନ ପାଇଁ ଅନୁରୋଧ କରିଥିଲେ । ରାଜସ୍ବ ନିରୀକ୍ଷକଙ୍କୁ ଅଢେଇ ହଜାର ଟଂକା ଦେବା ପରେ ତାଙ୍କୁ ଡିମାରକେସନ ପାଇଁ କହିଥିଲେ । ପୂର୍ବରୁ ତହସିଲ କାର‌୍ୟାଳୟ ନିକଟରେ ଛପି ରହିଥିବା ଜିଲ୍ଲା ଭିଜିଲାନ୍ସ କର୍ମଚାରୀମାନେ ରାଜସ୍ବ ନିରୀକ୍ଷକଙ୍କ ଅରୁଣ କୁମାର ପୁରୋହିତଙ୍କ ପାଖରୁ ପ୍ରଦୀପ ଦେଇଥିବା ଅଢେଇ ହଜାର ଲାଂଚ ଟଂକା ଜବତ କରିଥିଲେ । ଘଟଣାର ତଦନ୍ତ କରିବା ପରେ ଜିଲ୍ଲା ଭିଜିଲାନ୍ସ ପ୍ରଦୀପକୁ ଜିଲ୍ଲା କାର‌୍ୟାଳୟକୁ ଆଣିଛନ୍ତି । ପ୍ରଦୀପଙ୍କ ନାଁରେ ଏକ ଲାଂଚ ମାମଲା ରୁଜୁ କରିବା ସହିତ ଆଜି କୋର୍ଟଚାଲାଣ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons